29.1 C
Bhubaneswar
Tuesday, May 7, 2024
Homeଓଡିଶା୮ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ୨ କଳା ରେଜଲ୍ଟ

୮ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ୨ କଳା ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୮ ତାରିଖ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ୨ କଳା ପରୀକ୍ଷା ଫଳାଫଳ । ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ ଘୋଷଣା ଅବସରରେ ଏ ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ଅନ୍ୟପଟେ ଆସନ୍ତାବର୍ଷଠାରୁ ଯୁକ୍ତଦୁଇରେ ଆସିବ ବ୍ୟାପକ ସଂସ୍କାର। ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷାରେ ଆସିବ ସଂସ୍କାର।

ବଦଳିବ ଯୁକ୍ତ ୨ ପରୀକ୍ଷା ଢାଞ୍ଚା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କାଉନସିଲ୍ ପ୍ରକ୍ରିୟା ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା ହେବ। ଏହାସହ ଆସନ୍ତା ବର୍ଷ ଠାରୁ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking