31.1 C
Bhubaneswar
Monday, May 6, 2024
Homeଓଡିଶାବଡ଼ଖବର : ରାଜ୍ୟରେ ୨୫ ଜୀବନ ନେଲା ମହାମାରୀ କରୋନା

ବଡ଼ଖବର : ରାଜ୍ୟରେ ୨୫ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି। ଲକ୍‌ ଡାଉନ ପରେ ବି ଦୈନିକ ସଂକ୍ରମଣରେ ଲାଗିପାରୁନି ବ୍ରେକ୍‌। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୪୦୩ରେ ପହଞ୍ଚିଛି। କଳାହାଣ୍ଡି ଓ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳରୁ ୩ ଜଣଙ୍କ ମୃତ୍ୟୁ ହୋଇଛି।ସେହିପରି ଗଞ୍ଜାମ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ କାରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, କଟକ, ଢ଼େଙ୍କାନାଳ, କେନ୍ଦୁଝର, ପୁରୀରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ସୂଚନାଥାଉ କି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଉପରେ ରହିଛି। କଟକରୁ ୧୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking