28.1 C
Bhubaneswar
Friday, April 26, 2024
Homeଓଡିଶାଡକ୍ଟର ରାମଚନ୍ଦ୍ର ଖୁଂଟିଆଙ୍କ ଉଦ୍ୟମରେ ତେଲେଙ୍ଗାନାରୁ ୨୧୨ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିଲେ

ଡକ୍ଟର ରାମଚନ୍ଦ୍ର ଖୁଂଟିଆଙ୍କ ଉଦ୍ୟମରେ ତେଲେଙ୍ଗାନାରୁ ୨୧୨ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିଲେ

ଭୁବନେଶ୍ୱର : ଆଜି ଅପରାହ୍ନ ୧ ଘଟିକା ସମୟରେ ତେଲେଙ୍ଗାନା କଂଗ୍ରେସ କମିଟିର ସହଯୋଗରେ ୪୭ ଜଣ
ପ୍ରବାସୀ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିଛନ୍ତି । ଏହି ବସରେ ୩୦ ଜଣ ବାଲେଶ୍ୱରର ଲୋକ, ଭୁବନେଶ୍ୱର
ଓ ଜଳେଶ୍ୱେରର ୧୧ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଅଛନ୍ତି । ଅପରାହ୍ନ ୨ ଘଟିକା ସମୟରେ ତେଲେଙ୍ଗାନା
କଂଗ୍ରେସ କମିଟିର ସଭାପତି ଉତମ ରେଡ୍ଡି ଓ ହନୁମନ୍ତ ରାୟଙ୍କ ଉପସ୍ଥିତିରେ ଏହି ବସ ଓଡ଼ିଶା
ଆଭିମୁଖ୍ୟରେ ଯାତ୍ରା କରିଛି । ପୂର୍ବରୁ ୧ଟି ବସ କଟକ, ୧ଟି ବସ ବାଲେଶ୍ୱର, ୨ଟି ବସ କଳାହାଣ୍ଡି
ଓ ନୂଆପଡ଼ା ଅଂଚଳରେ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଓଡ଼ିଶା ଆସିଥିଲେ । କଂଗ୍ରେସ ଦଳର ବରିଷ୍ଟ
ନେତା, ପୂର୍ବତନ ସାଂସଦ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସଦସ୍ୟ ତଥା ତେଲେଙ୍ଗାନା ରାଜ୍ୟର
ପ୍ରଭାରୀ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଏବଂ ତେଲେଙ୍ଗାନା କଂଗ୍ରେସ କମିଟି ଙ୍କ ଉଦ୍ୟମରେ ଏହି ବସ୍‌
ଆୟୋଜନ କରାଯାଇ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ଅଣାଯାଇପାରିଛି । ଏବେ ବି ରେଜିଷ୍ଟ୍ରିଭୁକ୍ତ
ହଜାର ହଜାର ପ୍ରବାସୀ ଶ୍ରମିକ ଓଡ଼ିଶା ସରକାରଙ୍କ ପୋର୍‌ର୍ଟାଲରେ ରେଜିଷ୍ଟ୍ରିଭୁକ୍ତ କରି ଓଡ଼ିଶା ଆସିବା
ପାଇଁ ଅପେକ୍ଷା କରିଛନ୍ତି । ଓଡ଼ିଶା ସରକାର ଏଥିପାଇଁ କେନ୍ଦ୍ର ସରକାର ତଥା ରେଲୱେ ମନ୍ତ୍ରାଳୟ ସହିତ
ଆଲୋଚନା କରି ଅଧିକ ଟ୍ରେନ ଆଣିବା ପାଇଁ ଉଦ୍ୟମ କରିବାକୁ ପୂର୍ବତନ ସାଂସଦ, କଂଗ୍ରେସ ଦଳର
ସଦସ୍ୟ ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ଓ ଓଡ଼ିଶା ରାଜ୍ୟର ସଭାପତି
ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଦାବୀ କରିଛନ୍ତି । ସେହିପରି ଉତର ଭାରତରେ ଗୁଡ଼ୁଗାଁଓ, ଫରିଦାବାଦ,
ଦିଲ୍ଲୀ, ହରିୟାନା, ହିସାରର ଫରିଦାବାଦ, ପଞ୍ଜାବର ଜଳନ୍ଧର ମହଲୀ, ଜାମ୍ମୁ-କାଶ୍ମିରର ଜାମ୍ମୁଠାରେ
ହଜାର ହଜାର ପ୍ରବାସୀ ଓଡ଼ିଆ ଶ୍ରମିକ ଦୀର୍ଘଦିନ ଧରି ଓଡ଼ିଶା ଫେରିବା ପାଇଁ ଅପେକ୍ଷା କରିଛନ୍ତି । ସେ
ସମସ୍ତ ଓଡ଼ିଆ ପ୍ରବାସୀ ଶ୍ରମିକମାନଙ୍କୁ ଯଥାଶିଘ୍ର ନିଜ ଭିଟାମାଟିକୁ ଆଣିବା ପାଇଁ ଅଧିକ ରେଲୱେ
ବନ୍ଦବସ୍ତ କରିବାକୁ ପୂର୍ବତନ ସାଂସଦ ତଥା କଂଗ୍ରେସ କାର୍ଯ୍ୟକାରୀଣି କମିଟିର ସଦସ୍ୟ ଡକ୍ଟର ରାମଚନ୍ଦ୍ର
ଖୁଂଟିଆ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking