29.1 C
Bhubaneswar
Saturday, April 20, 2024
Homeଓଡିଶାମେ’ ୨୫ ରୁ ଘରୋଇ ବିମାନ ସେବା ଆରମ୍ଭ

ମେ’ ୨୫ ରୁ ଘରୋଇ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଦେଶରେ ଏବେ ଜାରି ରହିଛି ୪ର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ । ଲକ ଡାଉନ ଭିତରେ ବି ସାଧାରଣ ଜୀବନ ଯାତ୍ରାକୁ ସ୍ୱଭାବିକ କରିବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ଲକ୍ ଡାଉନ ମଧ୍ୟରେ କେନ୍ଦ୍ର ସରକାର ଟ୍ରେନ ପରେ ଏବେ ଘରୋଇ ବିମାନ ସେବା ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛନ୍ତି । ଆସନ୍ତା ୨୫ ତାରିଖରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଘରୋଇ ବିମାନ ସେବା । ତେବେ ଏହା ପୂର୍ବରୁ ସମସ୍ତ ଏୟାର ଲାଇନ୍ସ ଏବଂ ବିମାନ ବନ୍ଦରକୁ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking