27.8 C
Bhubaneswar
Friday, April 19, 2024
Homeଓଡିଶାଲକ୍ ଡାଉନ କଟକଣାରୁ ବାଦ୍ ପଡିଲା ପରୀକ୍ଷା

ଲକ୍ ଡାଉନ କଟକଣାରୁ ବାଦ୍ ପଡିଲା ପରୀକ୍ଷା

ଭୁବନେଶ୍ୱର: ଲକ୍ ଡାଉନ କଟକଣାରୁ ବାଦ୍ ପଡିଲା ପରୀକ୍ଷା । ଏନେଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଇବାକୁ ରାଜ୍ୟକୁ କେନ୍ଦ୍ରର ଚିଠି ଆସିଛି । ପରୀକ୍ଷା ନେଇ ସବୁ ରାଜ୍ୟର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ପରୀକ୍ଷା ଉପରୁ ଲକ ଡାଉନ କଟକଣା ହଟାଯିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ଫଳରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା କରିବାକୁ କେନ୍ଦ୍ର ପରାମର୍ଶ ଦେଇଛନ୍ତି । ତେବେ ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ମାନିବାକୁ ଚିଠିରେ ମଧ୍ୟ ଉଲ୍ଲେଖ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ କୌଣସି ପରୀକ୍ଷା କେନ୍ଦ୍ର ହେବନାହିଁ ବୋଲି । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଖାଲି ଏତିକି ନୁହେଁ, ଥର୍ମାଲ୍ ସ୍କ୍ରିନିଂ ସହ ପରୀକ୍ଷା ହଲ୍ କୁ ସାନିଟାଇଜ୍ ମଧ୍ୟ କରାଯିବ ବୋଲି ଗାଇଡଲଇନରେ ଉଲ୍ଲେଖ କରାଯାଇଛି । ଏହାଛଡା ଘରୁ ପିଲାଙ୍କୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଆଣିବା ପାଇଁ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking