ସମାଜସେବୀ ରାକେଶ ରାଉତଙ୍କୁ ସମ୍ବର୍ଧନା

ଯାଜପୁର : କରୋନା ମୁକାବିଲା ରେ ଯାଜପୁର ରୋଡରେ  ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା  ଓ କରୋନା ମହାମାରୀ ସମୟରେ  ରକ୍ତ ଅଭାବରୁ ହଇରାଣ ହେଉଥିବା ଗର୍ଭବତୀ ମହିଳା ହୁଅନ୍ତୁ ଅବା ୪୦ଜଣ ଥାଲେସେମିଆ ପିଲାଙ୍କୁ ଆଠ ବର୍ଷ ହେବ ନିର୍ଦ୍ୱନ୍ଦରେ ଖରା,ବର୍ଷା, ଶୀତରେ  ରକ୍ତ ଯୋଗାଇ ଆସୁଥୁବା ଯାଜପୁର ରୋଡ଼ ର  ରାଜେଶ ରାଉତ (ଟିକିନା ଭାଇ) ଙ୍କୁ ତାଙ୍କର ଏହି   ଉତ୍ସର୍ଗୀକୃତ ସେବା ପାଇଁ କଳିଙ୍ଗ ସମାଜ ଟ୍ରଷ୍ଟ ତରଫରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧିତ  କରାଯାଇଛି |

ସାମାଜିକ ସମ ଦୁରତ୍ବ ରଖି ଏହି ଲକ୍ ଡାଉନ ରେ କଳିଙ୍ଗ ସମାଜ ଟ୍ରଷ୍ଟର  ସଭାପତି ଶ୍ରୀ ଦେବରାଜ ମହାରଥି , ସମ୍ପାଦକ ଶ୍ରୀ ସୌମ୍ୟ ନାୟକ ସମ୍ମାନିତ କରିଥିଲେ | , ଅଧିକର୍ତ୍ତା ଶ୍ରୀ ହାର୍ଦ୍ଧିକ ଚୌହାନ ,  କୋଅର୍ଡିନେଟର ମାନସି ରାୟ, ରାନୀ ମ୍ୟାଡାମ ଙ୍କ ସମେତ  ମାନସ୍ ରଞ୍ଜନ, ବିଜେନ୍ଦ୍ର ଖଣ୍ଡାଇ , ସଞ୍ଜୀବ ରାଉତ, ଅନ୍ତର୍ଜ୍ୟାମି , ସତ୍ୟବ୍ରତ ମହାପାତ୍ର ଓ ମନୋଜ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଯାଜପୁର ଜିଲାର 6 ଜଣ କୋରୋନା ରୋଗୀ ଚିହ୍ନଟ

ଯାଜପୁର :ଆଜି ଯାଜପୁର ଜିଲାର 6 ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 174ରେ ପହଂଚିଛି । ସେମାନଙ୍କ ମଧ୍ୟରୁ 119ଟି ଆକ୍ଟିଭ କେଶ ଥିବାବେଳେ 55 ଜଣ ସୁସ୍ଥ ହୋଇ ଫେରିଛନ୍ତି । ଆଜି ଚିନ୍ହଟ 6 ଜଣ ମଧ୍ୟରୁରସୁଲପୁର ବ୍ଲକର 3 ଜଣ କଲିକତା ଫେରନ୍ତା,ବଡ଼ଚଣା ବ୍ଲକର 2 ଜଣ ଅହମଦାବାଦ ଫେରନ୍ତା ହୋଇଥିବା ବେଳେ ଯାଜପୁର ବ୍ଲକ ରୁ ଜଣେ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା  ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତ ମାନେ ସମସ୍ତେ ସରକାରୀ କ୍ୟାରେଣ୍ଟାଇନ ରେ ଥିଲେ ।