28.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ଚଡ଼କ : ହଇରାଣ ହେଉଛନ୍ତି ୨ହଜାର ମତ୍ସ୍ୟଜୀବୀ ପରିବାର

କରୋନା ଚଡ଼କ : ହଇରାଣ ହେଉଛନ୍ତି ୨ହଜାର ମତ୍ସ୍ୟଜୀବୀ ପରିବାର

ପୁରୀ : ମହାମାରୀ କରୋନା ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । କରୋନା ଆକ୍ରାନ୍ତରେ ଦେଶରେ ୧୬୬ଜଣଙ୍କର ମୃତ୍ୟୁ ହେଲାଣି । ଓଡ଼ିଶାରେ ମଧ୍ୟ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏହି କରୋନା ଦାଉରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଲକ ଡାଉନ୍ ଫଳରେ କେତେ ଗରିବ ଶ୍ରେଣୀର ଲୋକମାନେ ତାଙ୍କ ଜୀବିକା ହରାଇବାକୁ ବସିଲେଣି ।
ପୁରୀ ପେଣ୍ଠକଟା ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି । ଯେଉଁମାନଙ୍କର ମୁଖ୍ୟ ବେଉସା ହେଉଛି ମାଛ ମାରିବା । ସମୁଦ୍ରରୁ ମାଛ ମାରି ଏହାକୁ ବିକ୍ରି କଲେ ସେମାନଙ୍କ ପରିବାର ଚଳେ। ହେଲେ ବର୍ତ୍ତମାନ ଲକ୍ ଡାଉନ ଯୋଗୁ ମାଛ ବିକ୍ରି ହେଉ ନ ଥିବାରୁ ପ୍ରାୟ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଉନାହାନ୍ତି। ଫଳରେ ସେମାନଙ୍କ ଜୀବନ ଜୀବିକା ଏବେ ଦୁର୍ବିସହ ହୋଇପଡିଛି। ସରକାରଙ୍କ ପକ୍ଷରୁ ଯେଉଁମାନଙ୍କ ରାଶନ କାର୍ଡ ରହିଛି ସେମାନଙ୍କୁ ପିଡିଏସ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ସହାୟତା ମିଳୁଛି । ମାତ୍ର ଯେଉଁମାନଙ୍କର କାର୍ଡ ନାହିଁ ସେମାନଙ୍କୁ କୌଣସି ସହାୟତା ମିଳୁନାହିଁ। ଏହିପରି ପେଣ୍ଠକଟାର ପ୍ରାୟ ୨ ହଜାର ମତ୍ସ୍ୟଜୀବୀ ପରିବାର ହଇରାଣ ହେଉଛନ୍ତି । ତେଣୁ ବର୍ତ୍ତମାନ ଲକ୍‌ଡାଉନ ସମୟରେ ରାଶନ କାର୍ଡ ନୁହେଁ, ଆଧାର କାର୍ଡ ଦେଖି ସରକାରୀ ସହାୟତା ଦିଆଯାଉ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking