30.1 C
Bhubaneswar
Wednesday, April 24, 2024
Homeଓଡିଶାଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସରପଞ୍ଚ ଥାନାରେ ଅଟକ

ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସରପଞ୍ଚ ଥାନାରେ ଅଟକ

ଦଶପଲ୍ଲା : ଦିନକୁ ଦିନ କରୋନା ଭୂତାଣୁ ତା’ର କାୟା ବିସ୍ତାର କରୁଥିବା ବେଳେ ଡାକ୍ତରଖାନାରେ ଡାକ୍ତରମାନେ ଉପସ୍ଥିତ ରହୁନଥିବାର ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରି ସ୍ଥାନୀୟ ସରପଞ୍ଚ ଜଣେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ ଦେଇଥିଲେ ବୋଲି ଉକ୍ତ ଡାକ୍ତର ଥାନାରେ ଏତଲା ଦେବା ପରେ ସରପଞ୍ଚଙ୍କୁ ଥାନାରେ ଅଟକ ରଖିଛି ପୁଲିସ । ଏହିଭଳି ଘଟଣା ଘଟିଛି, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଂଚଳରେ ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ଦୁଇଜଣ ଡାକ୍ତର ଅନେକ ସମୟରେ ଅନୁପସ୍ଥିତ ରହୁଥିବାର ଅଭିଯୋଗ ହୋଇଆସୁଛି। ଏନେଇ ଗତକାଲି ମଧ୍ୟଖଣ୍ଡର ସରପଞ୍ଚ ଗଣେଶ୍ବର ନାୟକ ବୁଧବାର ସନ୍ଧ୍ୟାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ବ୍ରଜେନ୍ଦ୍ର କୁମାରଙ୍କୁ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଠିକ୍ ଭାବେ ରୋଗୀ ସେବା କରିବାକୁ ତାଗିଦ୍ କରିଥିଲେ। ହେଲେ ଏନେଇ ଡାକ୍ତର ବ୍ରଜେନ୍ଦ୍ର କୁମାର ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରି ଦର୍ଶାଇଛନ୍ତି ଯେ ତାଙ୍କୁ ମଧ୍ୟଖଣ୍ଡର ସରପଞ୍ଚ ଗଣେଶ୍ବର ନାୟକ ବୁଧବାର ସନ୍ଧ୍ୟାରେ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିଲେ। ପୁଲିସ ଆଜି ସକାଳେ ସରପଞ୍ଚ ଗଣେଶ୍ବର ନାୟକଙ୍କୁ ଦଶପଲ୍ଲା ଥାନାରେ ଅଟକ ରଖି ପଚରା ଉଚ୍ଚରା କରୁଛି ବୋଲି ଆଇଆଇସି ବିଶ୍ବଜିତ ରାଉତରାୟ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking