38.1 C
Bhubaneswar
Friday, April 26, 2024
Homeଓଡିଶା+୨ ପରୀକ୍ଷା : ପ୍ରଥମ ଦିନରେ ୨୯ ଏମ୍‌ପି

+୨ ପରୀକ୍ଷା : ପ୍ରଥମ ଦିନରେ ୨୯ ଏମ୍‌ପି

ଭୁବନେଶ୍ୱର: ଦୀର୍ଘ ୨ବର୍ଷ ପରେ +୨ ପରୀକ୍ଷା ଆରମ୍ଭ ହୋଇଛି । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତଦୁଇ ପରୀକ୍ଷାର ଗୁରୁବାର ଥିଲା ପ୍ରଥମ ଦିବସ । ପରୀକ୍ଷାକେନ୍ଦ୍ରକୁ ସକାଳ ୮ଟା ୩୦ରୁ ପରୀକ୍ଷାର୍ଥୀମାନେ ପ୍ରବେଶ କରିଥିଲେ । ୮ଟା୫୦ରେ ପ୍ରଶ୍ନପତ୍ର ଦିଆଯାଇଥିବା ବେଳେ ୮ଟା ୫୫ରେ ଉତ୍ତରଖାତା ପ୍ରଦାନ କରାଯାଇଥିଲା । ଉଭୟ କଳା ଏବଂ ବାଣିଜ୍ୟରେ ଓଡ଼ିଆ ବିଷୟ ପରୀକ୍ଷା ହୋଇଛି । ପ୍ରଥମ ଦିନରେ ୪ଟି ଜୋନରେ ମୋଟ ୨୯ଜଣ ପରୀକ୍ଷାର୍ଥୀ କପି କରି ଧରାପଡିବା ପରେ ସେମାନଙ୍କୁ ଏମ୍‌ପି କରାଯାଇଛି । ସେଥିରୁ ସମ୍ବଲପୁର ଜୋନରେ ୧୧ଜଣ, ବାରିପଦା ଜୋନରୁ ୧୦ଜଣ, ସେଣ୍ଟ୍ରାଲ ଜୋନରୁ ୮ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷକେନ୍ଦ୍ରରେ ମୋଟ୍ ୩ ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେଥିରୁ କଳାରେ ୨ ଲକ୍ଷ ୧୩ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୭୮ହଜାର ୭୭ଜଣ, ବାଣିଜ୍ୟରେ ୨୪ହଜାର ୧୩୬ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ରହିଛନ୍ତି । କରୋନା କଟକଣାକୁ ଗୁରୁତ୍ୱ ଦିଆଯାଇ କୋଭିଡ ନିୟମ ମୁତାବକ ପରୀକ୍ଷା ପରିଚାଳନା କରାଯାଉଛି । ଗ୍ରୀଷ୍ମପ୍ରବାହକୁ ଗୁରୁତ୍ୱ ଦେଇ ସବୁ କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ରହିଥିବା ବେଳେ ଶ୍ରେଣୀରେ ଫ୍ୟାନ୍ ଏବଂ ଅନ୍ୟାନ୍ୟ ସୁବିଧା କରାଯାଇଛି । ଏପରିକି ପରୀକ୍ଷା ସମୟରେ ଯଦି କୌଣସି ପରିକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୁଏ ତେବେ ସେମାନଙ୍କୁ ତୁରନ୍ତ ହସ୍ପଟାଲନେବା ପାଇଁ ମଧ୍ୟ ଚଳିତବର୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା +୨ ପରିଷଦ ପକ୍ଷରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking