33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦାନ୍ତେଓ୍ବଡା-ବିଜାପୁର ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟରରେ ୨ ନକ୍ସଲ ନିପାତ

ଦାନ୍ତେଓ୍ବଡା-ବିଜାପୁର ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟରରେ ୨ ନକ୍ସଲ ନିପାତ

ରାୟପୁର: ଛତିଶଗଡର ଦାନ୍ତେଓ୍ବାଡା- ବିଜାପୁର ସୀମାନ୍ତ ଜଙ୍ଗଲରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବଳ ବଡ ସଫଳତା ପାଇଛି । ଏନକାଉଣ୍ଟରରେ ୨ ନକ୍ସଲ ନିପାତ ହୋଇଥିବା ୨ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ଜଙ୍ଗଲ ମଧ୍ୟରେ ନକ୍ସଲ ବିଛାଇଥିବା ଆଇଇଡି ବିସ୍ଫୋରଣରେ ଯବାନ ଆହତ ହୋଇଥିବା ଜଣାପଡିଛି । ସୀମାବର୍ତ୍ତୀ ଜଙ୍ଗଲରେ ନକ୍ସଲ ଗିତିବିଧି ନେଇ ଇନପୁଟ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ, କେନ୍ଦ୍ରୀୟ ଫୋର୍ସର ମିଳିତ ଟିମ୍ କମ୍ବିଂ ଅପରେସନରେ ବାହାରିଥିଲା । ନକ୍ସଲଙ୍କ ସହ ମୁହାଁମୁହିଁ ହେବା ସହ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଅପରାହ୍ନରେ ଦୁଇ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରୁ ଅନ୍ୟ କିଛି ମାଓସାମଗ୍ରୀ ମଧ୍ୟ ଜବତ ହୋଇଛି । ଏବେ ମଧ୍ୟ ୩ ଜିଲ୍ଲାର ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମିଳିତ ଅପରେସନ ଜାରି ରଖିଛନ୍ତି ।

ବିଜାପୁର ଏସପି ଜିତେନ୍ଦ୍ର କୁମାର ଯାଦବ ଓ ସୁକମା ଏସପି କିରଣ ଚୌହାନଙ୍କ ପକ୍ଷରୁ ସୂଚନା ଅନୁସାରେ, ବିଜାପୁର, ସୁକମା ଓ ଦାନ୍ତେଓ୍ବାଡା ପୋଲିସ ଟିମ ସହ ଡିଆରଜି, ବସ୍ତର ଫାଇଟର୍ସ, କୋବ୍ରା ବାଟାଲିୟନ ଏହି ମିଳିତ ଅପରେସନରେ ସାମିଲ ହୋଇଥିଲେ । ଆହତ ଦୁଇ ଯବାନ ବସ୍ତର ଫାଇଟର ଯବାନ । ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ପୂର୍ବରୁ ନକ୍ସଲ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ସେମାନେ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ଦେବା ପରେ ରାୟପୁରର ଏକ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।

ଦେଶର ଅନ୍ୟ ରାଜ୍ୟରେ ନକ୍ସଲ ଗତିବିଧି ଯଥେଷ୍ଟ ହ୍ରାସ ପାଇଥିଲେ ସୁଦ୍ଧା ଏବେ ମଧ୍ୟ ଛତିଶଗଡର ଦାନ୍ତେଓ୍ବାଡା, ବସ୍ତର, ସୁକମା, କାଙ୍କେର, ବିଜାପୁର ପରି ଅଞ୍ଚଳରେ ନକ୍ସଲ ସେମାନଙ୍କ ଅସ୍ତିତ୍ବ ବଜାୟ ରଖିଛନ୍ତି । ନିୟମିତ ଅପରେସନ ସତ୍ତ୍ବେ ମଧ୍ୟ ନକ୍ସଲ ଆକ୍ରମଣ ଘଟଣାରେ ରୋକ ଲାଗୁନି । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଏକାଧିକ ସ୍ଥାନରେ ନକ୍ସଲ ହିଂସା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାଙ୍କେର ଗସ୍ତ ପୂର୍ବରୁ ନକ୍ସଲମାନେ ୪ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ପୋଲିସ ଇନଫର୍ମମର ସନ୍ଦେହରେ ହତ୍ୟା କରିବା ସହ ଭୋଟବର୍ଜନ କରିବା ପାଇଁ ଧମକ ଦେଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ନିର୍ବାଚନ ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking