26.1 C
Bhubaneswar
Thursday, May 9, 2024
Homeଓଡିଶାବଡ଼ଖବର : ରାଜ୍ୟରେ ଆଉ ୨ ଜୀବନ ନେଲା କରୋନା

ବଡ଼ଖବର : ରାଜ୍ୟରେ ଆଉ ୨ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନାରା ଦ୍ୱିତୀୟ ଲହରୀ ଦ୍ରୁତବେଗରେ ବଢ଼ି ଚାଲିଛି । ଦୈନିକ ସଂକ୍ରମଣ ହାର କମିବାର ନାଁ ଧରୁନାହିଁ । ତେବେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୩୭୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୯୨୬ରେ ପହଞ୍ଚିଛି । ଉକ୍ତ ମୃତକଙ୍କ ଦ୍ୱୟ ବଲାଙ୍ଗିର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ଯରେ ସଂକ୍ରମିତଙ୍କ ସଂଖ୍ଯା ୧ ହଜାର ପାର କରିଛି। ରାଜ୍ଯରୁ ୧୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ୮୧୨ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୫୬୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ଯର ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୩,୪୮,୧୮୨ ରେ ପହଞ୍ଚିଛି।  ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସର୍ବାଧିକ ସୁନ୍ଦରଗଡ଼ ଜିଲାରୁ ୩୫୫ ଜଣ ରହିଥିବା ଜଣାପଡ଼ିଛି। ସେହିପରି ଖୋର୍ଦ୍ଧା- ୧୯୩, ନୂଆପଡ଼ାରୁ-୧୩୫ ଓ ସମ୍ବଲପୁର ଜିଲ୍ଲାରୁ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

ଆଜି ସୁନ୍ଦରଗଡ ରେକର୍ଡ କରିଛି। ଏକ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୫୫ ଜଣ ଆକ୍ରାନ୍ତ। ଗତକାଲି ମଧ୍ୟ ସବୁଠାରୁ ଅଧିକ ରୋଗୀ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଗତକାଲି ୨୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୩୫୫।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking