40.1 C
Bhubaneswar
Saturday, April 27, 2024
Homeଅପରାଧସ୍କରପିଓ ଗାଡ଼ି ଚୋରି ଅଭିଯୋଗରେ ୨ ଗିରଫ

ସ୍କରପିଓ ଗାଡ଼ି ଚୋରି ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର: ସ୍କରପିଓ ଗାଡ଼ି ଚୋରି ଅଭିଯୋଗରେ ଆଜି ୨ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ସେମାନେ ହେଲେ କ୍ୟାପିଟାଲ ଥାନା ନିକଟସ୍ଥ ଗଙ୍ଗନଗର ସିଦ୍ଧାର୍ଥ ରାଇତରାୟ ଓରଫ ରାଜା(୨୪) ଏବଂ ସତ୍ୟନଗର ଅଞ୍ଚଳର ସୋମନାଥ ଡାକୁଆ ଓରଫ ସୋନୁ(୨୧) । ସୂଚନା ମୁତାବକ ଗତ ୯ ତାରିଖରେ ବକ୍ସି ମହାପାତ୍ର ନାମକ ଅଭିଯୋଗକାରୀ ଖଣ୍ଡଗିରି ଥାନା ନିକଟସ୍ଥ ଉଦୟଗିରି ବିହାର ନିକଟସ୍ଥ ଭି-୨ ସପିଂ ମଲ ପାଖରେ ଗାଡିଟିକୁ ପାର୍କିଂ କରି ତାଙ୍କ କାମ କରିବାକୁ ଯାଇଥିଲେ । ହେଲେ କାମ ସାରି ଫେରି ଦେଖନ୍ତି ତ ସେ ରଖିଥିବା ଗାଡିଟି ସେହି ସ୍ଥାନରେ ନାହିଁ ।

ସେ ନିକଟରେ ଖୋଜାଖୋଜି କରିବା ପରେ ନ ପାଇବାରୁ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଉକ୍ତ ଥାନାର ଆଇଆଇସି ଏକ ଟିମ୍ ଗଠନ କରି ଘଟଣାସ୍ଥଳକୁ ଯାଇ ପ୍ରଥାମିତ ତଦନ୍ତ କରି ସେଠାରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ କରିଥିଲେ । ହେଲେ ଉଭୟ ଅଭିଯୁକ୍ତ ଗୋଡିଟିକୁ ଚୋରି କରି ନେଇ ଗଙ୍ଗ ନଗରରେ ଲୁଚାଇ କି ରଖିଥିଲେ । ସେହି ଗାଡ଼ିଟିକୁ ବିକ୍ରି କରିବା ପାଇଁ ଗ୍ରାହାକ ସନ୍ଧାନରେ ଥିଲେ । ସେହି ପରିପ୍ରେକ୍ଷିରେ ଆଜି ଗୋଡିଟିକୁ ବିକ୍ରି କରିବା ପାଇଁ ବାହାର କରିବାର ପୁଲିସ ଖବର ପାଇ ଉଭୟଙ୍କୁ କାବୁ କରିଛି । ପୁଲିସ ସେମାନଙ୍କ ଠାରୁ ଗାଡି ଟିକୁ ଜବତ କରିବା ସହ ଦୁଇଟି ଫୋନ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking