33.1 C
Bhubaneswar
Saturday, April 27, 2024
Homeଅପରାଧତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ମାମଲାରେ ଆଉ ୪ ଗିରଫ

ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ମାମଲାରେ ଆଉ ୪ ଗିରଫ

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମକୁ ନେଇ ଲକ୍ଷ୍ମୀସାଗର ଥାନା ନିକଟସ୍ଥ ହୋଟେଲ ସ୍ୱାଗତଃମ ପାଖରେ ହୋଇଥିହା ହତ୍ୟାକାଣ୍ଡରେ ଆଉ ୪ ଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ସେମାନେ ହେଲେ ବରଗଡ଼ ଥାନା ଅଞ୍ଚଳର ସୋୟାଶୁଂ ସାହୁ(୧୯), ସମିର ଜେନା(୨୦) ଏବଂ ଲିଙ୍ଗରାଜ ଥାନା ଅଞ୍ଚଳର ଟୁକୁଲି ଜେନା(୨୨) ଏବଂ ଆଉ ଜଣେ ନାବାଳକ । ଏହି ମାମଲାର ପୂର୍ବରୁ ଦୁଇ ମୁଖ୍ୟ ଅଭିଯୁକ୍ତ କାହ୍ନା ପ୍ରଧାନ ଓରଫ ପିଙ୍କୁ(୨୦) ଏବଂ ନିହାରିକା ଦାସ(୨୦)କୁ ପୁଲିସ ଗିରଫ କରି ସାରିଛି । ଖବର ମୁତାବକ କାହ୍ନା ନିହାରିକା ଏବଂ ଗୌତମ ସାହୁ ନାମକ ଜଣେ ଯୁବକଙ୍କ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଥିଲା । ତେଣୁ ପୂର୍ବରୁ କାହ୍ନା ଏବଂ ଗୌତଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା । ତେଣୁ ନିହାରିକା ଏବଂ କାହ୍ନା ଗୌତମକୁ ସବୁ ଦିନ ପାଇଁ ରସ୍ତାରୁ ହଟାଇବାକୁ ପ୍ଲାନ କରିଥିଲେ । ପ୍ଲାନ ମୁତାବକ ଗତ ୧୬ ତାରିଖ ଶୁକ୍ରବାର ବିଳମ୍ବିତ ରାତିରେ ଗୌତକୁ ନିହାରିକା ଫୋନ କରି ଡାକିଥିଲେ । ଫଳରେ ଗୌତମ ସାହୁ ଜଟଣି ଅଞ୍ଚଳରୁ ଏକ ବିବାହର ଇଭେଣ୍ଟ କାମ ଶେଷ କରି ଅଞ୍ଜନ ବେହେରାକୁ ନେଇ ନିହାରିକାକୁ ଦେଖାକରିବାକୁ ଯାଇଥିଲା । ପୂର୍ବ ପ୍ଲାନ ମୁତାବକ କାହ୍ନା ଓ ତା’ ପ୍ରେମିକା ନିହାରିକା ଏବଂ ଅନ୍ୟ ୪ ଜଣଙ୍କ ସେଠାରେ ଆସି ପହଞ୍ଚିଥିଲେ ।

ପୂର୍ବ ପ୍ଲାନ ମୁତାବକ ବାଇକରେ ଥିବା ଗୋଟିଏ ଧାରୁଆ ଖଣ୍ଡା କାଡି ଗୌତମକୁ ଅକ୍ରମଣ କରିବାକୁ ଉଦ୍ୟମ କରିବା ବେଳେ ଗୌତମ ସେଠାରୁ ପ୍ରଣ ବଞ୍ଚାଇବା ପାଇଁ ଦୌଡି ଚାଲିଯାଇଥିଲା । କିନ୍ତୁ ସେହି କ୍ରୋଧରେ ଅଞ୍ଜନର ପଛପଟୁ ଆକ୍ରମଣ କରିଥିଲା କାହ୍ନା ଫଳରେ ରକ୍ତ ଜୁଡୁବୁଡୁ ହୋଇ ସେଠାରେ ତଳେ ପଡିଯାଇଥିଲା । ଏହା ଦେଖି ସହ ସେଠାରେ ଉପସ୍ଥିତି ଥିବା ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକ ପିସିଆରକୁ ଫୋନ କରିବା ପରେ ସେଠାରେ ପିସିଆର ପହଞ୍ଚି ପରିବାର ଲୋକଙ୍କ ସହୟତାରେ ଅଞ୍ଜନକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ହେଲେ ଅଧିକ ରକ୍ତଶ୍ରାବ ଯୋଗୁ ଅଞ୍ଜନର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଏନେଇ ଅଞ୍ଜନ ବେହେରାର ମାଆ ସନ୍ଧ୍ୟାରାଣୀ ବେହେରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକ୍ରମେ ପୁଲିକ ଘଟଣକୁ ଗୁରୁତ୍ୱର ସହ ନେଇ ୧୮ ତାରିଖରେ ଉଭୟ ପ୍ରେମିଙ୍କୁ ଗିରଫ କରିବା ସହ ଆଜି ଅନ୍ୟ ୪ ଜଣଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking