42.1 C
Bhubaneswar
Saturday, April 27, 2024
Homeଓଡିଶାପଶ୍ଚିମ ଦଖଲ ପାଇଁ ବିଜେଡିର ‘ବ୍ଲୁ ପ୍ରିଣ୍ଟ’

ପଶ୍ଚିମ ଦଖଲ ପାଇଁ ବିଜେଡିର ‘ବ୍ଲୁ ପ୍ରିଣ୍ଟ’

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ଉଡ଼ିବ ଶଙ୍ଖ ଧ୍ୱଜା । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ପାଇଥିବା ସଫଳତାକୁ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ପୁନରାବୃତ୍ତି କରିବ । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ହରାଇଥିବା ବରଗଡ଼, କଳାହାଣ୍ଡି ଓ ବଲାଙ୍ଗିର ଲୋକସଭା ଆସନକୁ ଦଖଲ ସହ ଏହି ୩ ଲୋକସଭା କ୍ଷେତ୍ର ଅଧୀନସ୍ଥ ସମସ୍ତ ୨୧ ବିଧାନସଭା ଆସନରେ ବିଜୟ ନିମନ୍ତେ ବିଜେଡି ପ୍ରସ୍ତୁତ କରିଛି ରଣନୀତି । ପଶ୍ଚିମ ଦଖଲ ପାଇଁ ବିଜେଡିର ‘ବ୍ଲୁ ପ୍ରିଣ୍ଟ’ ପ୍ରସ୍ତୁତ କରାଯାଇଛି । ଏନେଇ ଶୁକ୍ରବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୩ ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହା ଅଧୀନସ୍ଥ ସମସ୍ତ ୨୧ ବିଧାନସଭା କ୍ଷେତ୍ରରେ ଦଳର ସ୍ଥିତି, ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ସମ୍ପୃକ୍ତ ଅଞ୍ଚଳର ଦଳୀୟ ନେତା, ପର୍ଯ୍ୟବେକ୍ଷକଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।

ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ନବୀନ ନିବାସରେ ପହଞ୍ଚିଥିଲେ ବରଗଡ଼, କଳାହାଣ୍ଡି ଓ ବଲାଙ୍ଗିର ଲୋକସଭା କ୍ଷେତ୍ର ଓ ୨୧ଟି ବିଧାନସଭା ଅଞ୍ଚଳର ଦଳୀୟ ନେତା । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୂର୍ବରୁ ବୈଠକରେ ଉପସ୍ଥିତ ଥିଲେ । ପ୍ରଥମେ ବରଗଡ଼, ପରବର୍ତ୍ତୀ ପର୍ଯ୍ୟାୟରେ କଳାହାଣ୍ଡି ଓ ବଲାଙ୍ଗିର ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକରେ ସାଙ୍ଗଠନିକ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜଣ ଜଣ କରି ପର୍ଯ୍ୟବେକ୍ଷକ, ବିଧାୟକ ଓ ଅନ୍ୟ ନେତାମାନଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ପ୍ରତି ଥର ଆମ ଉପରେ ଜନତାଙ୍କ ଆଶା ଓ ଭରସା ବୃଦ୍ଧି ପାଉଛି । ସାଧାରଣ ଲୋକଙ୍କ ପାଇଁ ସରକାର ପ୍ରତିବଦ୍ଧ ଭାବରେ କାର୍ଯ୍ୟ କରି ଆସୁଛନ୍ତି ।

ଓଡ଼ିଶାର ରୂପାନ୍ତରଣ କାର୍ଯ୍ୟ ପ୍ରତ୍ୟେକ ଲୋକଙ୍କୁ ଖୁସି ଆଣି ଦେଇଛି ଓ ୫-ଟି ଉପକ୍ରମ ପ୍ରତ୍ୟେକ ରାଜ୍ୟବାସୀଙ୍କ ଜୀବନକୁ ପ୍ରଭାବିତ କରିଛି । ଲୋକଙ୍କ ମତ ଆଧାରରେ ସରକାର ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଆଗାମୀ ୧୦ ବର୍ଷ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକ ନୂଆ ଏବଂ ସଶକ୍ତ ଓଡ଼ିଶା ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ନିବିଡ଼ କରିବାକୁ ହେବ । ତେଣୁ କାଳବିଳମ୍ବ ନ କରି ନିଜ ନିଜ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଦଳୀୟ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ପ୍ରସ୍ତୁତି, ରଣନୀତି ନିର୍ଦ୍ଧାରଣ ଓ କ୍ଷେତ୍ରରେ କାର୍ଯ୍ୟ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ନବୀନ ନିବାସ ଓ ଶଙ୍ଖ ଭବନରେ ଖୋଲାଯାଇଥିବା ମନିଟରିଂ ବା ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ଲୋକସଭା ଓ ବିଧାନସଭା କ୍ଷେତ୍ରଗୁଡ଼ିକରେ କାର୍ଯ୍ୟ କରୁଥିବା ପର୍ଯ୍ୟବେକ୍ଷକମାନେ ପ୍ରତି ସନ୍ଧ୍ୟାରେ ଏହି ନିୟନ୍ତ୍ରଣ କକ୍ଷକୁ ସିଧାସଳଖ ରିପୋର୍ଟ କରିବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସେହିପରି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ନବ ରୂପାନ୍ତର ନିମନ୍ତେ ପଣ କରିଛନ୍ତି । ଓଡ଼ିଶାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବା ସହ ରାଜ୍ୟର ପ୍ରତ୍ୟେକ ଲୋକଙ୍କୁ ନିଜ ପରିବାର ସଦସ୍ୟ ମନେକରି କାର୍ଯ୍ୟ କରିଛନ୍ତି । ତାଙ୍କ ସ୍ୱପ୍ନର ଓଡ଼ିଶା ଗଠନ ନିମନ୍ତେ ଆମେମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଓ ଆଗାମୀ ନିର୍ବାଚନରେ ଦଳର ବିଜୟ ପତାକା ଉଡ଼ାଇବା ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା । ବୈଠକରେ ସାଂସଦ ସୁଜିତ୍ କୁମାର, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଦିବ୍ୟଶଙ୍କର ମିଶ୍ର, ଭୂପିନ୍ଦର ସିଂହ, ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟଙ୍କ ସହ ସବୁ ନେତା ଓ ବିଧାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking