38.1 C
Bhubaneswar
Wednesday, May 1, 2024
Homeଓଡିଶା୧୫ବର୍ଷରେ ପଦାର୍ପଣ କଲା ଦୋସିଙ୍ଗାର ସାର୍ବଜନୀନ ବାସନ୍ତୀ ପୂଜା

୧୫ବର୍ଷରେ ପଦାର୍ପଣ କଲା ଦୋସିଙ୍ଗାର ସାର୍ବଜନୀନ ବାସନ୍ତୀ ପୂଜା

ଧାମରା: ୨୦୧୦ ମସିହାରେ ଆରମ୍ଭ ହୋଇଥିବା ଏହି ପୂଜା ୧୫ବର୍ଷରେ ପଦାର୍ପଣ କରିଛି। ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ପାଳିତ ହେଉଛି ସାର୍ବଜନୀନ ବାସନ୍ତୀ ଦୁର୍ଗାପୂଜା। ଏହି ପୂଜା ଦୀର୍ଘ ୪ଦିନ ଧରି ଚାଲିବ । ଦେବେନ୍ଦ୍ର ନାୟକ, ମଣ୍ଟୁ ମାଇତି, ଗୌରହରି ମାଇତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପୂଜାରେ ଧାମରା ଅଞ୍ଚଳର ସର୍ବସାଧାରଣ ଭରପୁର ମଜା ନେଉଥିବାବେଳେ ପଣାସଂକ୍ରାନ୍ତି ଅବସରରେ ପୂଜା ଆରମ୍ଭରେ ୧୦୮ ସଧବା ନାରୀ ନିକଟସ୍ଥ ବଙ୍ଗୋପସାଗର ମୁହାଣରୁ ପାଣି ଆଣି ଘଟ ସ୍ଥାପନା କରାଯାଇଥିଲା। ପରେ ଗୋପୂଜା, ସୂର‌୍ୟ୍ୟପୂଜା, ଗୁରୁ ପୂଜା, ସ୍ତମ୍ଭ ତୋରଣ ପୂଜା, ଅଗ୍ନି ସ୍ଥାପନ, ଯଜ୍ଞାରମ୍ଭ କରାଯାଇଥିଲା। ୨୦୧୦ ମସିହାରେ ଗୋଟିଏ ଦିନରେ ଆରମ୍ଭ ହୋଇ ସେହି ଦିନ ଶେଷ ହେଉଥିବା ଏହି ବାସନ୍ତୀକ ଦୁର୍ଗାପୂଜା ଏବେ ଦୀର୍ଘ ୫ଦିନ ହେଉଛି। ଆରମ୍ଭ ହୋଇଥିବା ସାର୍ବଜନୀନ ବାସନ୍ତୀକ ଦୁର୍ଗା ପୂଜାରେ କମିଟି ପକ୍ଷରୁ ଗଣେଷ ସେଠୀ, ରତନ ସେଠୀ, ସପନ ସାହୁ, କରୁଣାକର ନାୟକ, ଅନାଦୀ ଦାସ, ଓମ ପ୍ରକାଶ ମାଇତି ପ୍ରମୁଖ ପୂଜାପାଳନ ଉତ୍ସବରେ ଉପସ୍ଥିତ ରହିବା ସହ ପରିଚାଳନା କରିବାରେ ସହଯୋଗ କରିଥିବାବେଳେ ଶାନ୍ତି ଶୃଙ୍ଖଳା ପାଇଁ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇଛନ୍ତି। ପୂଜା ଅବସରରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ରହୁଥିବାବେଳେ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ସ୍ୱରୂପ ଆଳି, ଯାଜପୁର ଏବଂ ଭଦ୍ରକ ଜିଲାର ନୃତ୍ୟ ଗ୍ରୁପ ଦ୍ୱାରା ନୃତ୍ୟ ପରିବେଷଣ କରାଯିବାର କାର‌୍ୟ୍ୟକ୍ରମ ମଧ୍ୟ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking