29.1 C
Bhubaneswar
Saturday, July 27, 2024
Homeଖେଳପାଣ୍ଡ୍ୟାଙ୍କ ବଲରେ ଧୋନିଙ୍କ ଛକା ବର୍ଷା

ପାଣ୍ଡ୍ୟାଙ୍କ ବଲରେ ଧୋନିଙ୍କ ଛକା ବର୍ଷା

ମୁମ୍ବାଇ: ସୁପର ସଣ୍ଡେରେ ସୁପର ସୋ । ୱାଙ୍ଖଡେରେ ଚେନ୍ନାଇ ମୁମ୍ବାଇ ମ୍ୟାଚର ଭରପୁର ଫାଇଦା ଉଠାଇଲେ ଦର୍ଶକ । ଧୋନିଙ୍କ ଲମ୍ବା ଲମ୍ବା ଛକା ଓ ରୋହିତଙ୍କ ଶତକୀୟ ପାଳିରେ କମ୍ପିଲା ଷ୍ଟାଡିୟମ । କିନ୍ତୁ ବିଫଳ ହେଲା ରୋହିତଙ୍କ ଶତକ, ଚଳିତ ଆଇପିଏଲର ୨୮ତମ ମ୍ୟାଚରେ ୨୦ ରନରେ ଚେନ୍ନାଇଠୁ ହାରିଲା ମୁମ୍ବାଇ । ଋତୁରାଜ ଗାଏକୱାଡେ ଓ ଶିବମ ଦୁବେଙ୍କ ଲଢୁଆ ଅର୍ଦ୍ଧଶତକ । ପାଣ୍ଡ୍ୟାଙ୍କ ଓଭର ମହଙ୍ଗା ସାବ୍ୟସ୍ତ । ୪ ଓଭରରେ ୨୮ ରନ ସହ ୪ଟି ୱିକେଟ ନେଇ ମୁମ୍ବାଇ ପାଇଁ ଘାତକ ସାବ୍ୟସ୍ତ ହେଲେ ପତିରଣା । ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି । ରବିବାର ସନ୍ଧ୍ୟା ୭ଟା ୩୦ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ ବ୍ୟାଟିଂ ପାଇଁ ପ୍ରଥମେ ପଡିଆକୁ ଓହ୍ଲାଇଥିଲା ସିଏସକେ । ୨୦ ଓଭରରେ ଦଳ ୪ ୱିକେଟ ହରାଇ ୨୦୬ରନ କରିଥିଲା । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ରାହାଣେ ଓ ରଚିନ ରବିନ୍ଦ୍ର । ୫ ରନ କରି ରହାଣେ ଆଉଟ ହୋଇଥିବା ବେଳେ ରବିନ୍ଦ୍ର ୨୧ ରନ କରି ପାଭିଲିୟନକୁ ଫେରିଥିଲେ । ଏହାପରେ ଶିବମ ଦୁବେ ଓ ଗାଏକଡେ ଧୁଆଁଧାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଗାଏକୱାଡେ ୬୯ ରନ କରି ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥ୍ଲେ ମିଚେଲ । ସେ କିନ୍ତୁ ପଡିଆରେ ସେ ବେଶି ସମୟ ତିଷ୍ଠି ପାରିନଥିଲେ । ୧୭ ରନରେ ସେ ପାଣ୍ଡଙ୍କ ବଲରେ ସେ ଆଉଟ ହୋଇଥିଲେ । ଦଳୀୟ ସ୍କୋର ୧୮୬ ହୋଇଥିବା ବେଳେ ଆଉ ମାତ୍ର ୪ଟି ବଲ ବାକିଥିଲା । ଆଉ ପଡିଆକୁ ଓହ୍ଲାଇଥିଲେ ମହେନ୍ଦ୍ର ସିଂ ଧୋନି । ଦର୍ଶକଙ୍କ ହୃଦସ୍ପନ୍ଦନ ବଢିଯାଇଥିଲା । ଧୋନିଙ୍କ ସଟ ଦେଖୀବାକୁ ଦର୍ଶକଙ୍କ ମଧ୍ୟରେ ବଢିଥିଲା ଉତ୍କଣ୍ଠା । ଆଉ ଯାହା ସମସ୍ତେ ଭାବିଥିଲେ ସେଇଆ ହିଁ ହେଲା । ଅନ୍ତିମ ଓଭର ପାଣ୍ଡା ବୋଲିଂ କରୁଥିଲେ । ଶେଷରେ ୪ଟି ବଲ ବାକି ଥିବାରୁ ଧୋନିଙ୍କ ଲକ୍ଷ୍ୟ ରହିଥିଲା କିପରି ବଲକୁ ବାଉଣ୍ଡରି ବାହାରକୁ କରିବେ । ତିନୋଟି ବଲରୁ ହ୍ୟାଟ୍ରିକ ଛକା ପରେ ଶେଷ ବଲରେ ୨ ରନ ନେଇ ସେ ୨୦ ରନ କରି ଅପରାଜିତ ରହିଥିଲେ । ୪୩ ବର୍ଷ ବୟସରେ ବି ଧୋନିଙ୍କ ଏପରି ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଛି । ଏହାପରେ ୨୦୭ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଇଶାନ ଓ ରୋହିତ । ମ୍ୟାଚ ଶେଷ ପର୍ୟ୍ୟନ୍ତ ଅପରାଜିତ ରହି ରୋହିତ ଶତକ ହାସଲ କରିଥିଲେ । ୬୩ ହଲରେ ସେ ୧୦୫ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଶାନ ୨୩, ତିଳକ ୩୧ ଓ ଡେଭିଢ ୧୩ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ୧୦ ରନ ବି କରିବାକୁ ସକ୍ଷମ ହୋଇନଥିଲେ । ପତିରଣାଙ୍କ ବୋଲିଂ ଆଗରେ ଚାଲି ନଥୁଲା ମୁମ୍ବାଇ ବ୍ୟାଟରଙ୍କ ବ୍ୟାଟ । ଶେଷରେ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୮୬ ରନ କରିଥିଲା ଦଳ । ରୋହିତଙ୍କ ଶତକ ପରେ ମଧ୍ୟ ଚେନ୍ନାଇଠାରୁ ହାରିଥିଲା ମୁମ୍ବାଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking