28.1 C
Bhubaneswar
Thursday, May 2, 2024
Homeଓଡିଶାବିଜେଡ଼ିର ସାଂଗଠନିକ ସମ୍ପାଦକ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

ବିଜେଡ଼ିର ସାଂଗଠନିକ ସମ୍ପାଦକ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

ଯାଜପୁର: ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏଣିକି ବିଜେଡିର ସବୁ ସଙ୍ଗଠନର ଇନଚାର୍ଜ ରହିବେ ପ୍ରଣବ । ବିଜୁ ଜୟନ୍ତୀରେ ବିଜେଡି ଅଫିସରେ ଦଳର ସୁପ୍ରିମୋ ଆଜି ଏହି ଘୋଷଣା କରିଛନ୍ତି । ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଅବସରରେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବ ପ୍ରକାଶ ଦାସଙ୍କୁ ପରିଶ୍ରମର ଫଳ ପ୍ରଦାନ କରିଛନ୍ତି । ଦଳକୁ ଆହୁରି ମଜଭୁତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୁପ୍ରିମୋ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କ ହାତରେ ଏହି ଗୁରୁତ୍ୱପୂର୍ଣ୍ଣ ପଦଟି ପ୍ରଦାନ କରିଥିବା କର୍ମକର୍ତ୍ତା କହୁଛନ୍ତି । ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ସାଂଗଠନିକ କାର୍ଯ୍ୟ ସବୁ ଠିକଠାକ୍ ଚାଲିପାରିବ ବୋଲି ଚର୍ଚ୍ଚା ହେଉଛି ।
ପୂର୍ବରୁ ବିଜେପୁର ଓ ପାଟକୁରା ନିର୍ବାଚନରେ ପ୍ରଣବ ଗୁରୁ ଦାୟିତ୍ୱ ଵହନ କରି ସଫଳତାର ସହ ନିଭାଇଥିଲେ । ଦଳକୁ ବିଜୟୀ କରିବା ପାଇଁ ଦିନରାତି ଏକ କରି ଅକ୍ଲାନ୍ତ ପରିଶ୍ରମ କରି ସର୍ବଦା ସଫଳତାର ମଜା ଚଖେଇଥାନ୍ତି ଯୁବନେତା ପ୍ରଣବ । ଦଳର ଘଡିସନ୍ଧି ମୁହୂର୍ତ୍ତରେ ପ୍ରଣବ ତାଙ୍କର ଅଭିଜ୍ଞତା କୁହାଯାଉ କିମ୍ବା ଦଳ ପ୍ରତି ଆନୁଗତ୍ୟ ଦଳ ସପକ୍ଷରେ ପରିସ୍ଥିତିକୁ ପରିବର୍ତ୍ତନ କରିଛନ୍ତି । ଆଉ ଏଥିପାଇଁ ଆଜି ଯୁବ ନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତିକୁ ଦଳର ସମସ୍ତ କର୍ମକର୍ତ୍ତା ସ୍ୱାଗତ କରିଛନ୍ତି ।
ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଯାଜପୁର ରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking