28.1 C
Bhubaneswar
Wednesday, April 24, 2024
HomeUncategorizedଦିଲ୍ଲୀ ହିଂସା: ତାହିର ହୁସେନକୁ ଗିରଫ କଲା କ୍ରାଇମ ବ୍ରାଂଚ

ଦିଲ୍ଲୀ ହିଂସା: ତାହିର ହୁସେନକୁ ଗିରଫ କଲା କ୍ରାଇମ ବ୍ରାଂଚ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ସହ ଜଡିତ ୩ ମାମଲାର ଆରୋପୀ ତାହିର ହୁସେନକୁ ଆଜି ଦିଲ୍ଲୀ ପୋଲିସର ଏକ କ୍ରାଇମ ବ୍ରାଂଚ ଟିମ୍ ଗିରଫ କରିଛି । ତେବେ ଆଜି ତାହିର, ରାଉଜ ଏଭିନ୍ୟୁ କୋର୍ଟରେ ସରେଣ୍ଡର ପାଇଁ ଆବେଦନ କରିଥିଲା । ମାତ୍ର କୋର୍ଟ ତାକୁ ଖାରଜ କରିଦେଇଥିଲେ । ଆଉ ପରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା । ତେବେ ଏହି ଆବେଦନ ଉପରେ କୋର୍ଟରେ ଶୁଣାଣୀ ଚାଲୁଥିବା ସମୟରେ ତାହିରଙ୍କ ଓକିଲ କୋର୍ଟକୁ କହିଥିଲେ ଯେ, ଏହା ଉପରେ କିଛି ଅର୍ଡର ଦିଅନ୍ତୁ କିମ୍ବା ଅନ୍ୟ ଏକ କୋର୍ଟକୁ ଏହାକୁ ବଦଳି କରି ଦିଆଯାଉ । ଉତରରେ କୋର୍ଟ କହିଥିଲେ ଯେ, ଏହା ତାଙ୍କ ଜୁର୍ଡିକେସନରେ ଆସୁନାହିଁ । ସେଥିପାଇଁ ସେ କିଛି କରିପାରିବେ ନାହିଁ । ଆଉ ଏହାପରେ ଯେତେବେଳେ ତାହିର କୋର୍ଟର ପାର୍କିଂକୁ ଯାଉଥିଲେ, ସେହି ସମୟରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିନେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking