33.1 C
Bhubaneswar
Saturday, April 27, 2024
Homeଅପରାଧଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ବନ୍ଧା ହେଲେ ପ୍ରଧାନ ଶିକ୍ଷକ 

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ବନ୍ଧା ହେଲେ ପ୍ରଧାନ ଶିକ୍ଷକ 

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ଘଟିଛି ଅଭାବନୀୟ ଘଟଣା । ସ୍କୁଲରେ କୁନି କୁନି ଛାତ୍ରୀମାନଙ୍କୁ ଶିକ୍ଷା ବଦଳରେ ଦିଆଯାଉଥିଲା କୁଶିକ୍ଷା। ବହି ବଦଳରେ ମୋବାଇଲରେ ଦେଖା ଯାଉଥିଲା ଅଶ୍ଳୀଳ ଫିଲ୍ମ । କେବଳ ସେତିକି ନୁହେଁ ପାଠ ପଢ଼ାଇବା ବଦଳରେ ସେମାନଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା। ଆଉ ଏପରି ଲଜ୍ଜିତ କାଣ୍ଡ ଘଟାଉଥିଲେ ଏକ ପ୍ରାଇମେରୀ ସ୍କୁଲର ପ୍ରଧାନଶିକ୍ଷକପୁଲିସ୍‌ରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପ୍ରତାପ ସିଂ ଛାତ୍ରୀମାନଙ୍କୁ ଅଶ୍ଳୀଳ ଫିଲ୍ମ ଦେଖାଇବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ଘରେ ଏକଥା ପ୍ରକାଶ କଲେ ଫେଲ୍‌ କରାଇ ଦେବାର ଧମକ ଦେଉଥିଲେ। ମାତ୍ର ପ୍ରଧାନଶିକ୍ଷକଙ୍କ ଯୌନ ଅତ୍ୟାଚାର ଅଧିକ ହେବାରୁ କୁନି କୁନି ପିଲାମାନେ ଏନେଇ ନିଜ ଅଭିଭାବକଙ୍କୁ ଜଣାଇଥିଲେ।

ଏନେଇ ଅଭିଭାବକମାନେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking