42.1 C
Bhubaneswar
Saturday, April 27, 2024
Homeଓଡିଶାଓଲଟିଲା ଯାତ୍ରୀବାହୀ ବସ୍; ଜଣେ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

ଓଲଟିଲା ଯାତ୍ରୀବାହୀ ବସ୍; ଜଣେ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

କୋରାପୁଟ: କୋରାପୁଟ-ରାୟଗଡା ଜାତୀୟ ରାଜପଥ ପୋଡ଼ାଗଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ଏକ ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ପ୍ରାୟ ଦୁଇ ଘଣ୍ଟା ଧରି ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସ୍ଥାନୀୟଲୋକେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ପରେ ଖବରପାଇ ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିପଡିଥିଲେ ।ମ୍ବେଶ୍ୱରୀ ବସ୍ ଟି ମାଲକାନଗିରିରୁ ବ୍ରହ୍ମପୁର ଆସୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଲାଇବା ଦ୍ୱାରା ଏପରି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ପୋଲିସ ବସ୍‌ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି । ବସ୍‌ରେ ୩୫ରୁ ଅଧିକ ଯାତ୍ରୀ ଥିଲେ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking