28.1 C
Bhubaneswar
Saturday, April 27, 2024
Homeଓଡିଶାଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର - ଧର୍ମେନ୍ଦ୍ର ପ୍ରଧାନ

ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚାଲିଛି ଛକାପଞ୍ଛା । ଏହାରି ମଧ୍ୟରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ପ୍ରଚାର ଆରମ୍ଭ କରିଛନ୍ତି । ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ଧର୍ମେନ୍ଦ୍ର ଏକ ଭର୍ଚୁଆଲ ସଭା କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧନ କରିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ, ତିର୍ତ୍ତୋଲ ମାଟିର ଅନେକ ଐତିହ୍ୟ ରହିଛି । ଓଡିଶାକୁ ବିକାଶର ପ୍ରୟୋଗଶାଳା କରିବାକୁ ଆମର ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀଙ୍କ ବିଶେଷ ସମ୍ପର୍କ ଜଗତସିଂହପୁର ସହ ଅଛି । ପ୍ରଧାନମନ୍ତ୍ରୀଙ୍କ ପ୍ରୟୋଗଶାଳାର ଅନ୍ତୁଡ଼ିଶାଳା ଜଗତସିଂହପୁର । ପ୍ରୟୋଗଶାଲାର ଏନ୍ତୁଡିଶାଳା ହେବ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ । କେନ୍ଦ୍ର ସବୁ ପ୍ରକାର ସହାୟତା ଦେଇଥିଲେ ବି ସେ ସବୁକୁ ଠିକ୍‌ ଭାବେ ବାଣ୍ଟିବାର ବ୍ୟବସ୍ଥା ରାଜ୍ୟ କରିପାରିଲା ନାହିଁ । ଓଡ଼ିଶାର ଅର୍ଥନୀତି କେବେ ଆଗକୁ ଯିବ ?, ଆୟୁଷ୍ମାନ ଯୋଜନା ଲାଗୁ ହୋଇଥିଲେ ବାହାରେ ଓଡ଼ିଆ ଲୋକ ଚିକିତ୍ସା କରାଇପାରିଥାନ୍ତେ । ତିର୍ତ୍ତୋଲବାସୀ ଚଳିତଥର ସ୍ପଷ୍ଟ ମତ ଦେବେ ବୋଲି ଆମର ଆଶା ରହିଛି ।’

ମୋଦି ସରକାର କରୋନା ସମୟରେ ଓଡ଼ିଶା
ପାଇଁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଦେଇ ସମ୍ବେଦନଶୀଳ ସରକାରର
ପରିଚୟ ଦେଇଥିବା ବେଳେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଚରମ ସୀମାରେ ପହଞ୍ଚିଛି । ଏହା ରାଜ୍ୟ
ସରକାରଙ୍କ ସମ୍ବେଦନହୀନତାର ପରାକାଷ୍ଠା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ତେବେ ଲୋକଙ୍କ ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହେବାର ଆବଶ୍ୟକତା
ରହିଛି ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବା
ବେଳେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ କୋଭିଡ଼୍‌-୧୯ ମୁକାବିଲା ଓ ପରିଚାଳନାରେ ଭାରତ
ବିଶ୍ୱରେ ଏକ ଉଦାହରଣ ତିଆରି କରିପାରିଛି । ଅନ୍ୟପକ୍ଷରେ ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ସମେତ
ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଅବସ୍ଥା କଣ କରିଛି? । ମୋଦି ସରକାର ଗରିବ ଲୋକଙ୍କ ପାଇଁ
ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧାର ବ୍ୟବସ୍ଥା କରିଛନ୍ତି । ମାତ୍ର ରାଜ୍ୟରେ
ଏପର୍ଯ୍ୟନ୍ତ ଆୟୁଷ୍ମାନ ଯୋଜନା ଲାଗୁ ହେଲା ନାହିଁ । ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାଗଲେ
ରାଜ୍ୟର ଲକ୍ଷାଧିକ ଗରିବ ଲୋକମାନେ ଲାଭ ପାଇପାରିବେ ।
ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାରେ ଲୋକଙ୍କୁ
ବ୍ୟକ୍ତି ପିଛା ୫ କେଜି ଚାଉଳ ଏବଂ ପରିବାର ପିଛା ୧ କେଜି ଡ଼ାଲି ଦେବାର ବ୍ୟବସ୍ଥା କରାଗଲା ।
ମାତ୍ର ରାଜ୍ୟ ସରକାର ଏଠାରେ ସଠିକ୍ ଭାବରେ ବାଣ୍ଟିପାରିଲେ ନାହିଁ । ଅପରପକ୍ଷରେ ବାହାରେ କାମ
କରୁଥିବା ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନରଉପଲବ୍ଧ କରାଇଛନ୍ତି । ସେମାନଙ୍କୁ ରୋଜଗାର ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ
ଆରମ୍ଭ କରାଯାଇଛି । କିନ୍ତୁ ଦୀର୍ଘ ବର୍ଷ ଦାୟିତ୍ୱରେ ରହିବା ପରେ ବି ଏଠାକାର ସରକାର ପ୍ରବାସୀଙ୍କୁ
ରୋଜଗାର ଦେଇପାରିଲେ ନାହିଁ ।
ରାଜ୍ୟ ସରକାର ବିଜେପୁର ଉପନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିରୁ ଗୋଟିଏ ପ୍ରତିଶ୍ରୁତି ମଧ୍ୟ ଏଯାଏଁ
ପୂରଣ କଲେ ନାହିଁ । ଅନ୍ୟପକ୍ଷରେ ମୋଦି ସରକାର ଓଡ଼ିଶାକୁ ମୁକ୍ତ ହସ୍ତରେ ସହାୟତା କରିବା ପାଇଁ
ପ୍ରସ୍ତୁତ । ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ କଟିବଦ୍ଧ ଥିବା ମୋଦି ସରକାରଙ୍କ ହାତମୁଠାକୁ
ଅଧିକ ଟାଣ କରିବା ପାଇଁ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଭୋଟ ଦେବାକୁ
ଜନସାଧାରଣଙ୍କୁ ନିବେଦନ କରିଥିଲେ । ତିର୍ତ୍ତୋଲବାସୀ ଭୋଟ ଦେଇ ଓଡିଶା ରାଜନୀତିକୁ ନୂଆ
ଦିଗଦର୍ଶନ ଦେବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ୨୦ ବର୍ଷ ଧରି ରାଜ୍ୟରେ
ବିକାଶର ପ୍ରଚାର କରାଯାଉଛି ମାତ୍ର ବିକାଶ ହୋଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଜଗତସିଂହପୁରରେ ମହାବାତ୍ୟା ସମୟରେ ସ୍ୱର୍ଗତ ଅଟଳବିହାରୀ ବାଜପେୟୀ ଅର୍ଥର ଅଭାବ ରଖିନଥିଲେ
ଏବଂ ଇନ୍ଦିରା ଆବାସ ଯୋଜନାରେ ୨୨ ଲକ୍ଷ ଘର ଦେଇଥିଲେ । ସେଥିରୁ କେବଳ ଜଗତସିଂହପୁର
ଜିଲ୍ଲାକୁ ୧ ଲକ୍ଷ ୫୦ ହଜାର ଘର ପାଇଁ ଆର୍ôଥକ ଅନୁଦାନ ଦେଇଥିଲେ । ସେହିପରି ପ୍ରଧାନମନ୍ତ୍ରୀଙ୍କ
ନେତୃତ୍ୱରେ ପାରାଦୀପ ବିକାଶର ପ୍ରବେଶ ଦ୍ୱାର ହେବାକୁ ଯାଉଛି ବୋଲି ବୋଲି ସେ କହିଛନ୍ତି ।
ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା ତିର୍ତ୍ତୋଲରେ ଥିବା ସୂତା ମିଲର ପୁନରୁଦ୍ଧାର ଓ
ଅନ୍ୟାନ୍ୟ ସମସ୍ୟା ଉପରେ କହିବା ସହ ତିର୍ତ୍ତୋଲର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ଥିବା କହିଥିଲେ
। କୋଭିଡ୍ ପରିଚାଳନାରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ ମୋଦି ସରକାର ଅନେକ
ଓଡ଼ିଆ ପାଇଁ ଅନେକ ଆର୍ôଥକ ସହାୟତା ଓ ସମର୍ଥନ ଦେଇ ଆସୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ପୃଥ୍ୱିରାଜ
ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଜଗତସିଂହପୁର ପ୍ରଭାରୀ ସାରଦା ପ୍ରଧାନ, ଜଗତସିଂହପୁର ଜିଲ୍ଲା
ସଭାପତି ସତ୍ୟବ୍ରତ ମହାପାତ୍ର, ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ
ପ୍ରଦୀପ ନାୟକ ପ୍ରମୁଖ ସାମିଲ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଶୋକ ମହାରଣା ଓ ବିଭିନ୍ନ ମଣ୍ଡଳ
ସଭାପତିମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking