29.1 C
Bhubaneswar
Monday, May 6, 2024
Homeଓଡିଶାକୂଳ ଲଂଘିଲା ଅଶାନ୍ତ ସମୁଦ୍ର: ବେଳାଭୂମିର ପ୍ରାୟ ୨୦୦ ମିଟର ଭିତରକୁ ମାଡ଼ି ଆସିଲା

କୂଳ ଲଂଘିଲା ଅଶାନ୍ତ ସମୁଦ୍ର: ବେଳାଭୂମିର ପ୍ରାୟ ୨୦୦ ମିଟର ଭିତରକୁ ମାଡ଼ି ଆସିଲା

ପାରାଦୀପ: କୂଳ ଲଂଘିଲା ଅଶାନ୍ତ ସମୁଦ୍ର । ବେଳାଭୂମିର ପ୍ରାୟ ୨୦୦ ମିଟର ଭିତରକୁ ମାଡ଼ି ଆସିଲା । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁରର ଶିଆଳି ବେଳାଭୂମି ନିକଟର ଏହି ଦୃଶ୍ୟ । ଅବପାତ ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ସମୁଦ୍ର । କୂଳ ଲଂଘିଛି । ସମୁଦ୍ରରେ ଉଠିଛି ବଡ଼ ବଡ଼ ଜୁଆର । କୂଳ ପାଖାପାଖି ମାଡ଼ି ଆସିଛି ପାଣି ।

ଶିଆଳି ବେଳାଭୂମିରେ ଥିବା ଭିୟୁ ଟାଓ୍ଵାର ପ୍ରତି ସୃଷ୍ଟି ହୋଇଛି ବିପଦ । ସମୁଦ୍ର କୂଳିଆ ଲୋକ ଭୟଭୀୟ ହୋଇ ପଡ଼ିଛନ୍ତି । ସମୁଦ୍ର କୂଳରେ ବାଉଁଶ ପୋତା ଯିବା ସହ ବାଲିବସ୍ତା ପକାଯାଇଛି । ସମୁଦ୍ର ପାଣି ମାଡ଼ରେ କିଛି ସ୍ଥାନ ଧୋଇ ଗଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking