ଝାରସୁଗୁଡ଼ା: କମ୍ପ୍ୟୁଟରରେ ଜଣେ ଯୁବତୀଙ୍କ ଉଲଗ୍ନ ଫଟୋ ପ୍ରସ୍ତୁତ କରିବା ଓ ତାଙ୍କ ନାମରେ ଏକ ନକଲି ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ତାକୁ ଭାଇରାଲ କରିଥିବା ଅଭିଯୋଗରେ ଝାରସୁଗୁଡ଼ା ଟାଉନ୍ ଥାନା ପୋଲିସ ଜଣେ ମୟୂରଭଞ୍ଜ ଜିଲ୍ଲାର ଜରେ ଯୁବକ ସବନମ କୁମାର ସାହୁ ଓରଫ ବବଲୁ (୩୧)କୁ ବାରିପଦାରୁ ଗିରଫ କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢ଼ୁଥିବା ବେଳେ ଫେସବୁକ୍ ମାଧ୍ୟମରେ ବବଲୁ ସହିତ ବନ୍ଧୁତା ହୋଇଥିଲା ।
ବବଲୁ ଭୁବନେଶ୍ୱର ଆସି ଉକ୍ତ ଯୁବତୀଙ୍କୁ ସାକ୍ଷାତ କରି ତାଙ୍କ ମୋବାଇଲରୁ କିଛି ଫଟୋ ନେଇ ଯାଇଥିଲେ । କୋଭିଡ ସମୟରେ ଯୁବତୀ ଜଣକ ଝାରସୁଗୁଡ଼ା ଫେରି ଆସିବା ପରେ ଉକ୍ତ ଯୁବକ ତାଙ୍କୁ ବାରମ୍ବାର ଫୋନ୍ କରି ସାକ୍ଷାତ କରିବାକୁ ଅନୁରୋଧ କରିଥିଲେ । ତେବେ ତା’ର ମନ୍ଦ ଉଦ୍ଦେଶ୍ୟ ଜାଣି ପାରି ଯୁବତୀ ଜଣକୁ ବବଲୁ ମୋବାଇଲ ନମ୍ବର ବ୍ଲକ୍ କରି ଦେଇଥିଲେ । ଏହାପରେ ଯୁବକ ଜଣକ କମ୍ପ୍ୟୁଟରରେ ଫଟୋସପ୍ ଜରିଆରେ ଯୁବତୀଙ୍କ ନଗ୍ନ ଫଟୋ ପ୍ରସ୍ତୁତ କରି ଭାଇରାଲ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଉକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସ୍ପି ରାହୁଲ ଜୈନ ସୂଚନା ଦେଇଛନ୍ତି ।