35.1 C
Bhubaneswar
Wednesday, April 23, 2025
Homeଓଡିଶାବିଦ୍ୟୁତ୍ କାଟ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ବିଦ୍ୟୁତ୍ କାଟ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ହେବନି ବିଦ୍ୟୁତ୍‌ କାଟ । ଗୃହରେ ଏନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ । କହିଛନ୍ତି, ଆମ ସରକାରରେ ବିଦ୍ୟୁତ୍‌ କାଟ ବିଲକୁଲ ନାହିଁ । ଯଦି କୌଣସି ସଂସ୍ଥା, ଅଫିସର ବିଦ୍ୟୁତ୍‌ କାଟ କରିବେ ତେବେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ । ଗୋଟିଏ ପଟେ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ବିଜୁଳି କାଟ୍‌ ହେବ ନାହିଁ ହେଲେ ଗ୍ରାଉଣ୍ଡରେ କିନ୍ତୁ ଚିତ୍ର ଭିନ୍ନ । ଖରାଦିନ ଆରମ୍ଭରୁ ହିଁ ଅନେକ ସମୟରେ ବିଜୁଳି କାଟ୍‌ ହେଉଥିବାର ଚିତ୍ର ସାମ୍ନାକୁ ଆସିଛି ।

ଖାସ୍‌ କରି ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତବାସୀ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଖରା ଗରମ ସାଙ୍ଗକୁ ବିଦ୍ୟୁତ୍‌ ବିଚ୍ଛିନ୍ନ ଲୋକଙ୍କୁ ନାକେଦମ୍‌ କଲାଣି । ସ୍କୁଲରେ ଆଉଟପାଉଟ ହେଉଛନ୍ତି ଛାତ୍ରଛାତ୍ରୀ । ଆବାସିକ ବିଦ୍ୟାଳୟରେ ପାଠପଢ଼ା ସହ ପାଣି ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ବିଦ୍ୟୁତ୍‌ ବିତରଣକାରୀ ସଂସ୍ଥା ଟାଟା ପାୱାରର  ଜୁଲମ୍ ବିରୋଧରେ ଗ୍ରାମବାସୀ ମେଳି ବାନ୍ଧୁଛନ୍ତି । ମାସକୁ ମାସ ବିଲ୍‌ ଦେଉନଥିବା ସଂସ୍ଥା ଏକାଥରେ ଧରେଇ ଦେଇଛି ୨୦ ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍‌ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking