37.1 C
Bhubaneswar
Sunday, May 5, 2024
Homeରାଜନୀତିଆସନ୍ତା ୧୬ରୁ ୨୦ ତାରିଖ ଯାଏଁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ କ୍ୟାଣ୍ଡଲ ଶୋଭାଯାତ୍ରା କରିବ...

ଆସନ୍ତା ୧୬ରୁ ୨୦ ତାରିଖ ଯାଏଁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ କ୍ୟାଣ୍ଡଲ ଶୋଭାଯାତ୍ରା କରିବ ଯୁବମୋର୍ଚ୍ଚା: ଇରାସିସ୍ ଆଚାର୍ଯ୍ୟ

ଭୂବନେଶ୍ୱର, : କରୋନା ମହାମାରୀ ସମୟରେ ରାଜ୍ୟ ସରକାର ବିଦ୍ୟୁତ ଦର ବୃଦ୍ଧି କରି ସାଧାରଣ
ଜନତାଙ୍କୁ ଶୋଷଣ କରୁଛନ୍ତି । ଗତ ୬ ମାସରେ ଓଇଆରସି ୟୁନିଟ ପିଛା ୫୦ ପଇସା ବୃଦ୍ଧି କରଛି । ଏହା ଦ୍ୱାରା ସାଧାରଣ
ଉପଭୋକ୍ତାମାନେ ଆର୍ଥିକ ଭାବେ ଅନେକ ସମସ୍ୟାରେ ସ୧ୁଖୀନ ହେଉଛନ୍ତି । କରୋନା ସମୟରେ ଛାତ୍ରଛାତ୍ରୀମାନେ ଟିଭି ଏବଂ
ଇଂଟରନେଟ ମାଧ୍ୟମରେ ପାଠ ପଢୁଛନ୍ତି । ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢିବାରୁ ବଂଚିତ ରହୁଛନ୍ତି ।
ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ସେମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଯୁବ ଉଦ୍ୟୋଗୀମାନେ ମଧ୍ୟ ଲୋ
ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ସେମାନଙ୍କ ବାଣିଜ୍ୟ ବ୍ୟବସାୟରେ ଅନେକ କ୍ଷତି ସହୁଛନ୍ତି । ରାଜ୍ୟ ସରକାରଙ୍କ
ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳି କାଟ୍ ଓ ଲୋ ଭୋଲଟେଜ୍ ପ୍ରତିବାଦରେ ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତା ୧୬ରୁ
୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ କ୍ୟାଣ୍ଡଲ ଶୋଭାଯାତ୍ରା କରାଯିବ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି
ଇରାସିସ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ଗତକାଲି ଶ୍ରୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ କ୍ୟାଣ୍ଡଲ
ଶୋଭାଯାତ୍ରାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଏହି ଅବସରରେ ସମସ୍ତ ଜିଲ୍ଲାର ଯୁବମୋର୍ଚ୍ଚା ସଭାପତି ଓ ଜିଲ୍ଲା ପଦାଧିକାରୀ
ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking