33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶୟାମି ଗୌତମଙ୍କୁ ସମନ

ୟାମି ଗୌତମଙ୍କୁ ସମନ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କୁ ସମନ ପଠାଇଲେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ । ଫେମା (ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ) ଅନୁଯାୟୀ ହୋଇଥିବା ଅନିୟମିତତା ସମ୍ପର୍କରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ତାଙ୍କୁ ଆସନ୍ତା ସପ୍ତାହରେ ହାଜର ହେବାକୁ କୁହାଯାଇଛି । ୟାମି କିଛି ଦିନ ପୂର୍ବରୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୧୯ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ରେ ୟାମି ଏବଂ ଆଦିତ୍ୟ ଏକାଠି କାମ କରିଥିଲେ । ଯାହାକି ବହୁତ ହିଟ୍ ସାବ୍ୟସ୍ତ ହୋଇଥିଲା । ହିମାଚଳ ପ୍ରଦେଶର ବିଲାସପୁରରେ ଜନ୍ମଗ୍ରହଣ କରିବା ପରେ ଚଣ୍ଡିଗଡ଼ରେ ବଢୁଥିବା ୟାମି ଗୌତମ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ଆଗାମୀ ଚଳଚ୍ଚିତ୍ର ଦାସଓ୍ୱିରେ ନଜର ଆସିବେ । ଦିଲ୍ଲୀରୁ ଆସିଥିବା ଧର ବର୍ତ୍ତମାନ ‘ଅମର ଅଶ୍ୱତ୍ଥାମା’ରେ କାମ କରୁଛନ୍ତି । ଏଥିରେ’ ଉରି’ରେ ତାଙ୍କ ସହ କାମ କରିଥିବା ବିକି କୌଶଲ ମଧ୍ୟ ଅଭିନୟ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking