29.1 C
Bhubaneswar
Friday, April 26, 2024
Homeଓଡିଶାଶୁଣିଲେନି ମେଡିକାଲ୍ କର୍ମଚାରୀ, ପତ୍ନୀଙ୍କ ମୃତଦେହକୁ ଟେକି ଟେକି ୨ ମହଲା ତଳକୁ ଆଣିଲେ ସ୍ୱାମୀ

ଶୁଣିଲେନି ମେଡିକାଲ୍ କର୍ମଚାରୀ, ପତ୍ନୀଙ୍କ ମୃତଦେହକୁ ଟେକି ଟେକି ୨ ମହଲା ତଳକୁ ଆଣିଲେ ସ୍ୱାମୀ

ଫୁଲବାଣୀ: ସଂକ୍ରମଣର ଭୟ ସୃଷ୍ଟି କରିଛି ମହାମାରୀ କରୋନା । କରୋନା ଯୋଗୁ ଦିନକୁ ଦିନ ମାନବିକତା ମରି ଯାଉଛି । କରୋନା ଭୟରେ ମୃତଦେହ ପାଖ ମାଡ଼ୁ ନାହାନ୍ତି ଲୋକେ । ରୋଗରେ ପଡ଼ିଲେ ଯେଉଁ ମେଡ଼ିକାଲ୍‌?କୁ ଭରସା କରି ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟ ଧାଇଁଥାନ୍ତି, ଯଦି ସେହି ମେଡ଼ିକାଲ୍ ସହାୟ ନହୁଏ, ତେବେ ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ । କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ପତ୍ନୀଙ୍କ ମୃତଦେହକୁ ମେଡ଼ିକାଲ୍‌ରେ ଥିବା କୌଣସି କର୍ମଚାରୀ ନ ଛୁଇଁବାରୁ ଶେଷରେ ସ୍ୱାମୀ ଏକାକୀ ମୃତଦେହକୁ ଟେକି ଟେକି ସିଢ଼ିରେ ୨ ମହଲାରୁ ତଳକୁ ଆଣିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଗତ ୨୯ ତାରିଖରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୋତିଙ୍ଗିଆ ଗାଁର ବାଳକୃଷ୍ଣ କହଁରଙ୍କ ପତ୍ନୀ ଇଦ୍ଭରଜ୍ଞସବ ରୋଗର ଶିକାର ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ୩୦ ତାରିଖ ଅପରାହ୍ଣରେ ବାଳକୃଷ୍ଣଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ମୃତଦେହକୁ ଉଠାଇବା ପାଇଁ ବାଳକୃଷ୍ଣ ମେଡ଼ିକାଲ୍ କର୍ମଚାରୀଙ୍କ ପାଖରେ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ କି ମୃତଦେହକୁ ଛୁଇଁ ନଥିଲେ । ଏପରିକି ପାଖରେ ଥିବା ସେମାନଙ୍କର କୁନି ପିଲାକୁ ବି କେହି ଧରି ନଥିଲେ । ଶେଷରେ ନିରୁପାୟ ହୋଇ ବାଳକୃଷ୍ଣ ପତ୍ନୀଙ୍କର ମୃତଦେହକୁ ଏକୁଟିଆ ଟେକି ଟେକି ସିଢ଼ିରେ ୨ ମହଲାରୁ ତଳକୁ ଆଣିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଳକୃଷ୍ଣ, ପତ୍ନୀଙ୍କ ମୃତଦେହ ଟେକି ଟେକି ନେବାବେଳେ ସେହି ସମୟରେ ପାଖରେ ଅନ୍ୟ ଜଣେ ବ୍ୟକ୍ତି ଛିଡ଼ା ହୋଇ ସବୁ ଦୃଶ୍ୟ ଦେଖୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ହେଲେ ସେ ମଧ୍ୟ କୌଣସି ମାନବିକତା ଦେଖାଇ ନଥିଲେ । ବାଳକୃଷ୍ଣ ଏକାକୀ ପତ୍ନୀଙ୍କ ମୃତଦେହ ଟେକି ଟେକି ୨ ମହଲାରୁ ତଳକୁ ଆଣିବା ପରେ ଏକ ଷ୍ଟ୍ରେଚର ସହାୟତାରେ ମହାପ୍ରୟାଣ ଗାଡ଼ି ନିକଟକୁ ନେଇଥିଲେ । ଅନ୍ୟପକ୍ଷେ, ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଡାକ୍ତର ଅଭୟ ପଟ୍ଟନାୟକ ଘଟଣାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଡ୍ୟୁଟିରେ ଥିବା ଷ୍ଟାଫ୍ ନର୍ସ ଏବଂ ହେଲ୍‌ପ୍ ଡେସ୍କ ପିଲା ତାଙ୍କୁ ସାହାଯ୍ୟ କରିବା କଥା ଓ ଏହା ସେମାନଙ୍କର ଦାୟିତ୍ୱ । ଏହି ଘଟଣାରେ ଷ୍ଟାଫ ନର୍ସ ମାମିନା ପାତ୍ର ଓ ଆଟେଣ୍ଡାଣ୍ଟ ପ୍ରିୟଙ୍କା ମୁଖୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ହେଲପ୍ ଡେସ୍କ କର୍ମଚାରୀ ଅଜିତ କୁମାର କହଁରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଘଟଣାର ତଦନ୍ତ କରି କନ୍ଧମାଳ ସିଡିଏମଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking