39.1 C
Bhubaneswar
Friday, April 26, 2024
Homeଖେଳବ୍ରୋଞ୍ଜ ଜିତିଲେ ବଜରଙ୍ଗ, ୪ ପଦକ ଜିତିବାରେ ପ୍ରଥମ ଭାରତୀୟ

ବ୍ରୋଞ୍ଜ ଜିତିଲେ ବଜରଙ୍ଗ, ୪ ପଦକ ଜିତିବାରେ ପ୍ରଥମ ଭାରତୀୟ

ବେଲଗ୍ରେଡ: ଚଳିତ ବିଶ୍ବ କୁସ୍ତି ଚମ୍ପିଆନସିପରେ ଭାରତୀୟ କୁସ୍ତି ଯୋଦ୍ଧାଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦେଶକୁ ପଦକ ପରେ ପଦକ ଭେଟି ଦେଉଛନ୍ତି କୁସ୍ତି ଯୋଦ୍ଧା । ମହିଳା ବର୍ଗରେ ଭିନେଶ ଫୋଗଟଙ୍କ ବ୍ରୋଞ୍ଜ ସଫଳତା ପରେ ବଜରଙ୍ଗ ପୁନିଆ ଆଉ ଏକ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥିସହ ଏହି ଇଭେଣ୍ଟରେ ୪ଟି ପଦକ ଜିତିବାରେ ପ୍ରଥମ ଭାରତୀୟ ଭାବେ ଏକ ବିରଳ ରେକର୍ଡ ସ୍ଥାପନା କରିଛନ୍ତି ବଜରଙ୍ଗ । ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ବଜରଙ୍ଗ ପୁରୁଷ ଫ୍ରି ଷ୍ଟାଇଲ ୬୫ କେଜି ବର୍ଗରେ ପୁର୍ତ୍ତୋରିକୋର ସେବାଷ୍ଟିଆନ ସି ରିଭେରାଙ୍କୁ ୧୧-୯ ପଏଣ୍ଟରେ ହରାଇ ଏହି ସଫଳତା ହାସଲ କରିଛନ୍ତି ।

ବଜରଙ୍ଗ କ୍ବାର୍ଟର ଫାଇନାଲରେ ଆମେରିକାର ଜନ ମାଇକେଲ ଡାଆକୋମିହାଲିସ୍‌ଙ୍କ ଠୁ ହାରିଯାଇଥିଲେ । ରିପିଚେଜ ରାଉଣ୍ଡରେ ଆର୍ମେନିଆର ଭାଗଜେନ ଟେଭାନାୟାଙ୍କୁ ୭-୬ରେ ପରାସ୍ତ କରି ବ୍ରୋଞ୍ଜ ପଦକ ମୁକାବିଲାକୁ ଯୋଗ୍ୟତା ଅର୍ଜନ କରିଥିଲେ । ବିଶ୍ବ ଚମ୍ପିଆନସିପରେ ବଜରଙ୍ଗଙ୍କର ଏହା ଚତୁର୍ଥ ପଦକ । ପୂର୍ବରୁ ୨୦୧୮ରେ ରୌପ୍ୟ, ୨୦୧୩ ଓ ୨୦୧୯ରେ ବ୍ରୋଞ୍ଜ ପଦକ ଜିତିଥିଲେ । ନିକଟରେ ବର୍ମିଂହାମରେ ଶେଷ ହୋଇଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ୬୫ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ପ୍ରକାଶ ଥାଉ କି, ଚଳିତ ବିଶ୍ବ କୁସ୍ତି ଚମ୍ପିଆନସିପରେ ମହିଳା ୫୩ କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ ଭିନେଶ ଫୋଗଟ । ବିଶ୍ବ ଚମ୍ପିଆନସିପରେ ୨ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି ଭିନେଶ । ସ୍ବିଡେନର ଇମା ଜୋନ୍ନା ମାଲମଗ୍ରେନଙ୍କୁ ୮-୦ରେ ପରାସ୍ତ କରି ସଫଳତା ପାଇଥିଲେ । ବିଶ୍ବ ଚମ୍ପିଆନସିପରେ ଭିନେଶଙ୍କର ଏହା ଦ୍ବିତୀୟ କାଂସ୍ୟ ପଦକ । କୁସ୍ତି ଯୋଦ୍ଧାରେ ଭିନେଶ ଓ ବଜରଙ୍ଗଙ୍କ ଏହି ସଫଳତା ପାଇଁ ଚଳିତ ଚମ୍ପିଆନସିପରେ ଭାରତକୁ ୨ଟି ପଦକକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking