33.1 C
Bhubaneswar
Tuesday, May 19, 2026
Homeଓଡିଶାବିଶ୍ୱ ଐତିହ୍ୟ ସପ୍ତାହ: ମାଗଣାରେ କୋଣାର୍କ ବୁଲିବେ ପର୍ଯ୍ୟଟକ

ବିଶ୍ୱ ଐତିହ୍ୟ ସପ୍ତାହ: ମାଗଣାରେ କୋଣାର୍କ ବୁଲିବେ ପର୍ଯ୍ୟଟକ

କୋଣାର୍କ: ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ବୁଧବାର କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ଛାଡ଼ ହୋଇଥିବା କୋଣାର୍କ ସଂରକ୍ଷଣ ଅଧିକାରୀ ତ୍ରୈଲୋକ୍ୟ ନାଥ ବେହେରା ପ୍ରକାଶ କରିଛନ୍ତି  ।ଦିଲ୍ଲୀ ଠାରେ ଆତଙ୍କବାଦୀମାନଙ୍କ ବଡ଼ ଧରଣର କାର ବିସ୍ପୋରଣ ଘଟଣାକୁ ନଜରରେ ରଖି ମଙ୍ଗଳବାର ଅପରାହ୍ନରେ ପୁରୀ ଏସପି ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶବିଦେଶର ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରେ ରଖି ବିଶ୍ୱଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ସହ ଟିକିନିଖି ବୁଲିଦେଖି ତଦାରଖ କରିଥିଲେ । ପ୍ରତେକ ଦିନ ସୂର୍ଯ୍ୟ ମନ୍ଦିର ବୁଲିବା ପାଇଁ ଦେଶବିଦେଶର ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking