33.1 C
Bhubaneswar
Wednesday, May 13, 2026
Homeଓଡିଶାମାଛ ଧରିବାକୁ ଯାଇ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ମାଛ ଧରିବାକୁ ଯାଇ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ମୟୁରଭଞ୍ଜ: ଜୀବୀକା ନେଲା ଜୀବନ । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମ।।ନଗୋବିନ୍ଦପୁର ଗ୍ରାମ ପୋଖରୀରେ ମାଛ ଧରିବାକୁ ଆସି ଜାଲରେ ଗୋଡ ଫସି ରହିଯିବା କାରଣରୁ ଘଟଣାସ୍ଥଳରେ ମାଛ ଧରାଳି ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି , ବୈଶିଙ୍ଗା ଥାନା ଗଡଦେଉଳିଆ ଗ୍ରାମର ମଙ୍ଗତ ମାଝୀ । ଖବର ପାଇ ମାଣତ୍ରୀ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ୨୨ ନଂରେ ଏକ ମାମଲା ରୁଜୁ ପୂର୍ବକ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ, ବରାଦ ମୁତାବକ, ବୁଧବାର ସକାଳୁ ଗଡ ଦେଉଳିଆ ଗ୍ରାମରୁ କିଛି ମାଛ ଧରାଳି ଆସି ମାନ ଗୋବିନ୍ଦପୁର ଗ୍ରାମ ସ୍ଥିତ ଦାସିଆଣୀ ପୋଖରୀରେ ମାଛ ଧରୁଥିଲେ । ତେବେ ଜାଲ ବିଛାଉଥିବା ସମୟରେ ମଙ୍ଗତ ପୋଖରୀ ମଝିରେ ଗଭୀର ପାଣିରେ ବୁଡି ତାକୁ ଖୋଜିବାକୁ ଲାଗିଥିଲେ ଓ ଜାଲରେ ଗୋଡ ଫସି ପାଣିରେ ବୁଡି ରହିଥିବା ମଙ୍ଗତକୁ ଉଦ୍ଧାର କରି ଉପରକୁ ଆଣିଥିଲେ ଓ ଗ୍ରାମବାସୀଙ୍କ ସହଯୋଗରେ ମାଣତ୍ରୀ ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପରିବାରର ଏକ ମାତ୍ର ରୋଜଗାରିଆ ମଙ୍ଗତକୁ ହରାଇ ବେସାହାରା ହୋଇ ଯାଇଛନ୍ତି ତାଙ୍କ ସ୍ତ୍ରୀ ଛୁଆ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking