28.1 C
Bhubaneswar
Wednesday, June 24, 2026
Homeଓଡିଶାବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ନଥିବା କାରଣରୁ ଟାଙ୍କି ବନ୍ଦ

ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ନଥିବା କାରଣରୁ ଟାଙ୍କି ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଏବେ ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ସଂକଟ ଘୋର ରୂପ ଧାରଣ କରିଛି। ଗୋଟିଏ ପଟେ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ତେଲ ଦର ବୃଦ୍ଧି ପାଇଥିବା ବେଳେ, ଅନ୍ୟପଟେ ବଜାରରେ ତେଲ ନମିଳିବା ସାଧାରଣ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଗତକାଲି କୋରାପୁଟର ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ମହଜୁଦ ଥିବା ବେଳେ, ଆଜି ହଠାତ ଅଧିକାଂଶ ପମ୍ପ ଶୂନ୍ୟ ହୋଇଯାଇଛି। ଯେଉଁ କେତେକ ସୀମିତ ପେଟ୍ରୋଲ ପମ୍ପରେ ତେଲ ଉପଲବ୍ଧ ଅଛି, ସେଠାରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଓ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କାରେ ଲୋକେ ଗାଡ଼ି ସହ ବ୍ୟାରେଲ ଓ ଜାରକିନ ଧରି ତେଲ ସଂଗ୍ରହ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଏହି ସଂକଟ ଯୋଗୁଁ ସ୍ଥାନୀୟ ଜନଜୀବନ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି।ଗୋଟିଏ ପଟେ ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ବିଭାଗୀୟ ମନ୍ତ୍ରୀ କହୁଛନ୍ତି କି, ଦେଶର ପେଟ୍ରୋଲ ଓ ଡିଜେଲର କୌଣସି ସଂକଟ ନାହିଁ । ଲୋକେ ଭୟଭୀତ ନହୋଇ ଆବଶ୍ୟକ ମୁତାବକ ତେଲ କିଣନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking