28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକାନ୍ଥ ଭୁଷୁଡି ୮ ଶ୍ରମିକ ମୃତ୍ୟୁ

କାନ୍ଥ ଭୁଷୁଡି ୮ ଶ୍ରମିକ ମୃତ୍ୟୁ

ରାଜସ୍ଥାନ : ରାଜସ୍ଥାନର ଜୋଧପୁର ଜିଲା ବାସନୀ ଅଞ୍ଚଳରେ ଏକ ନିର୍ମାଣଧୀନ କାରଖାନାର କାନ୍ଥ ଭୁଷୁଡି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୬ ଆହତ ହୋଇଥିବା ବୁଧବାର ଜଣାପଡ଼ିଛି। ଏହି ଘଟଣାର ଗତକାଲି ସନ୍ଧ୍ୟାରେ ଘଟିଥିଲା। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସମୟରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ସହ ଅନ୍ୟ କିଛି ଶ୍ରମିକ ମାଟି ତଳେ ଦାବି ହୋଇ ରହିଥିଲେ ଯାହାଙ୍କୁ ଉଦ୍ଧାର କରିବା ଗତକାଲି ଜାରି ରହିଥିଲା। ସନ୍ଧ୍ୟା ୬ଟା ସମୟରେ ହଠାତ ଉକ୍ତ କାରଖାନାଟିର କାନ୍ଥ ଭୁଷୁଡ଼ି ପଡିଥିଲା। ଫଳରେ ସେଠାରେ ଥିବା ଶ୍ରମିକ ତାମଧ୍ୟରେ ଦବି ଯାଇଥିଲେ। ଏହାପରେ ଖବର ପାଇ ପୁଲିସ ଓ ଉଦ୍ଧାର କାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ କିଛି ଶ୍ରମିକ ଅନ୍ୟ ସ୍ଥାନର ବୋଲି ଜଣାପଡ଼ିଛି। ଏହାସହ ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଟ୍ୱିଟ କରି ଗଭୀର ଶୋକ ଜଣାଇଛନ୍ତି। ରାଜସ୍ଥାନ ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ସେମାନଙ୍କ ଚିକିତ୍ସା ପାଇଁ ୪୦,୦୦୦ଟଙ୍କା ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking