34.1 C
Bhubaneswar
Friday, March 29, 2024
Homeଓଡିଶାମା' ଫାଉଣ୍ଡେସନ୍ ତରଫରୁ "ସାହି ସବୁଜିମା." ଅଭିଯାନ

ମା’ ଫାଉଣ୍ଡେସନ୍ ତରଫରୁ “ସାହି ସବୁଜିମା.” ଅଭିଯାନ

ନୟାଗଡ଼ : ପବିତ୍ର କାର୍ତ୍ତିକ ମାସରେ ମା’ ଫାଉଣ୍ଡେସନ୍ ତରଫରୁ “ସାହି ସବୁଜିମା.” ଅଭିଯାନ ଅନ୍ତର୍ଗତ ନୟାଗଡ଼ ପୌରାଞ୍ଚଳରେ ସହରକୁ ସୌମ୍ୟ, ସୁନ୍ଦର ରରଖିଵାକୁ ତ୍ରିନାଥ ଛକ ରାମ ମନ୍ଦିର, ଜଜାଙ୍ଗି ସାହି
ଚିତ୍ରକୁଟ ମଠ ଓ ଯଦୁମଣିନଗର ଭବାନୀ ମନ୍ଦିର ପରିସରରେ ମାନ୍ଯବର ମୁଖ୍ୟ ଅତିଥି, ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ. ଡି. ଙ୍କ କରକମଳରେ ଦୁଇଟି ଲେଖାଏଁ ଚମ୍ପାଵୃକ୍ଷ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ମା’ ଫାଉଣ୍ଡେସନ ର ସଂପାଦକ ରଂଜନ ରଶ୍ମି ଜେନା ଓ ସଭାପତି ଇଂ. ସୌମ୍ୟରଞ୍ଜନ ପ୍ରଧାନ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳନା କରାଯିବା ସହ ବରିଷ୍ଟ ସମାଜସେବୀ ଦାମ ସାରେ, ସମର୍ପଣ ଵୃଦ୍ଧାଶ୍ରମ ସଂପାଦକ ଅରୁଣ କୁମାର ମାହାନ୍ତି, ପ୍ରକୃତି ବନ୍ଧୁ ସୁବାସ ନାୟକ, ସର୍ବଜନୀନ ଦୁର୍ଗ ପୂଜାର ଉପଦେଷ୍ଟା ନିରଂଜନ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ସାମ୍ବାଦିକ ଆଉରଙ୍ଗଜେବ ସାର, ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ମିଶ୍ର, ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ,ଅଧ୍ୟାପକ ଆଶୁତୋଷ ମିଶ୍ର, ବଣିକ ସଂଘ ସଭାପତି ତଥା ପୂର୍ବତନ କାଉନସିଲର ଜାନକୀ ବଲ୍ଲଭ ଜେନା, ନିକୁଲ ପବ୍ଲିକେଶନ୍ ମୁଖ୍ୟ ଦିଲିପ୍,ଆର୍ଟ ପଏଣ୍ଟ ମୁଖ୍ୟ ବିଜୟାନଂଦ ମହାପାତ୍ର ,ବିପ୍ଳବ ସତ୍ୟସୁନ୍ଦର ଦାସ, ସୁମନ ପଟ୍ଟନାୟକ , ରାମ ମନ୍ଦିର ବରିଷ୍ଟ ସଦସ୍ୟ ଗନୁ ଭାଇ,ଵାପି ଭାଇ , ମନୁ ଭାଇ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ଏବଂ ପରିଶେଷରେ ନୟାଗଡ଼ ବନଖଣ୍ଡ ଅଧିକାରୀ ନରାଜ ଏଚ. ଡି. ସାର୍ ମା’ ଫାଉଣ୍ଡେସନ ର ” ସାହି ସବୁଜିମା ” ଅଭିଯାନକୁ ସାଧୁବାଦ ଜଣାଇବା ସହ ଉକ୍ତ ସାମାଜିକ କାର୍ଯ୍ୟକ୍ରମକୁ ନୟାଗଡ଼ ସହରର ପଥପାର୍ଶ୍ବ ସଫେଇ , ସୌନ୍ଦର୍ଯ୍ୟ କରଣ ଏବଂ ସୌନ୍ଦର୍ଯ୍ୟଵର୍ଧକ ଵୃକ୍ଷ ରୋପଣ କରିବାରେ ପ୍ରତ୍ୟେକ ସପ୍ତାହରେ ଆମ ଗହଣରେ ଯୋଗଦାନ କରିବା ପ୍ରସ୍ତାବ କୁ ସମସ୍ତେ ସ୍ଵାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking