35.1 C
Bhubaneswar
Saturday, May 4, 2024
Homeଅପରାଧମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା: ପୁରୁଷ ବନ୍ଧୁ ଅଟକ

ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା: ପୁରୁଷ ବନ୍ଧୁ ଅଟକ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଜଣେ ମହିଳା ପୋଷ୍ଟମାଷ୍ଟରଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଗତକାଲି(ମଙ୍ଗଳବାର) ଲେଫ୍ରିପଡା ଥାନା ଅନ୍ତର୍ଗତ ବେଲସରିଆପଡ଼ା ଅଞ୍ଚଳର ଏକ ବୁଦା ନିକଟରୁ ତାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଲେଫ୍ରିପଡା ଥାନାକୁ ଖବର ଦେଇଥିଲେ । ମୃତକ ହେମଗିରି ବ୍ଲକ ଟିକିଲିପଡ଼ାର ଭଗବାନ ପ୍ରଧାନଙ୍କ ଝିଅ ସ୍ନିଗ୍ଧା ପ୍ରଧାନ । ସେ ଲେଫ୍ରିପଡ଼ା ବ୍ଲକ ତେଲେନଡିହି ଉପଡାକଘରରେ ବ୍ରାଞ୍ଚ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରି ଆସୁଥିଲେ ।
ସ୍ନିଗ୍ଧା ୬ ବର୍ଷ ପୂର୍ବେ ଡାକ ବିଭାଗରେ ଚାକିରିରେ ଯୋଗ ଦେଇଥିଲେ ।

ସୋମବାର ସେ ନିଖୋଜ ଥିବା ନେଇ ତାଙ୍କ ବାପା ଲେଫ୍ରିପଡ଼ା ଥାନାରେ ଏତଲା ଦେଇଥିଲେ । ଏତଲା ଦେବାର ୨୪ ଘଣ୍ଟା ନ ପୁରୁଣୁ ଝିଅର ମୃତଦେହ ଉଦ୍ଧାର ହୋଇଛି । ହତ୍ୟାକାରୀ ପ୍ରଥମେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ଓ ପିଠିରେ ଛୁରୀ ଭୁସି ହତ୍ୟା କରିଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ପୋଲିସ ମୃତ ଯୁବତୀଙ୍କ ପୁରୁଷ ବନ୍ଧୁ ନୟନକୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ମୃତଦେହ ମିଳିବା ପୂର୍ବରୁ ହତ୍ୟାକାରୀ ଜଣକ ସ୍ନିଗ୍ଧାଙ୍କ ମାଆଙ୍କ ହ୍ବାର୍ଟ୍ସଆପକୁ ଏକ ମେସେଜ ପଠାଇଥିଲା । ମେସେଜରେ ସ୍ନିଗ୍ଧା ଓ ତାଙ୍କର ପୁରୁଷ ବନ୍ଧୁଙ୍କୁ ହତ୍ୟା କରିଛୁ ଏବଂ ବେଲସରିଆପଡ଼ା ଅଞ୍ଚଳରେ ଝିଅର ମୃତଦେହ ଥିବା କହି ଲୋକେସନ ପଠାଯାଇଥିଲା । ଏହାପରେ ଗତକାଲି(ମଙ୍ଗଳବାର) କେବଳ ସ୍ନିଗ୍ଧାଙ୍କ ମୃତଦେହ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking