ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସାହରାନପୁର ଜିଲ୍ଲା ଅନ୍ତର୍ଗତ ରାମପୁର ମଣିହରନ୍ ଅଞ୍ଚଳରେ ଅମ୍ବାଲା-ଡେରାଡୁନ୍ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ କାରରେ ଅଗ୍ନିକାଣ୍ଡ ଘଟି କାରଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏଥିରେ ଯାତ୍ରା କରୁଥିବା ଗୋଟିଏ ପରିବାର ୪ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି । ହେଲେ କାରରେ ହଠାତ ନିଆଁ ଲାଗିବାର କାରଣ ସମ୍ପର୍କରେ କିଛି ଜଣାପଡିନି । ହଠାତ ନିଆଁ ଲାଗିବା କାରଣରୁ ଯାତ୍ରୀମାନେ କାରରୁ ବାହାର ପାରିନଥିଲେ । ସେମାନଙ୍କୁ ପ୍ରତ୍ୟେକ୍ଷଦର୍ଶୀ ମଧ୍ୟ ଉଦ୍ଧାର କରିପାରି ନଥିଲେ । କାର ସହ ସମସ୍ତ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସୂଚନା ପାଇଁ ସ୍ଥାନୀୟ ପୋଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ପ୍ରାଣ ହରାଇଥିବା ଏହି ୪ଯାତ୍ରୀ ଗୋଟିଏ ପରିବାରର ସଦସ୍ୟ ଓ ସେମାନେ ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲାର ଜୱାଲାପୁର ସହରର ବାସିନ୍ଦା ।
ସେମାନେ କୌଣସି କାର୍ଯ୍ୟରେ ଅମ୍ବାଲା-ଡେରାଡୁନ ଜାତୀୟ ରାଜପଥରେ କୌଣସି ସ୍ଥାନକୁ ଯାତ୍ରା କରୁଥିଲେ । କାରଟିରେ ସାହାରନପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ରାମପୁର ମଣିହାରନ ଅଞ୍ଚଳରେ ହଠାତ ନିଆଁ ଲାଗିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଦୁର୍ଘଟଣା ସମୟରେ ଚାରିଜଣ ଲୋକ କାରରେ ଯାତ୍ରା କରୁଥିଲେ । ନିଆଁ ଲାଗିବା ପରେ ଡ୍ରାଇଭର କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ କିଛି ଯନ୍ତ୍ରାଂଶ ପୋଡି ଯାଇଥିବା କାରଣରୁ କାରକୁ ରୋକାଯାଇ ପାରିନଥିଲା । କିଛି ଦୂରରେ କାରଟି ଅଟକି ଥିଲେ ସୁଦ୍ଧା ନିଆଁ ସମଗ୍ର କାରକୁ ବ୍ୟାପି ସାରିଥିଲା । କେହି ଯାତ୍ରୀ ଡୋର ଖୋଲି ବାହାରକୁ ମଧ୍ୟ ଆସିପାରନଥିଲେ । ସେମାନେ କାର ଭିତରେ ଚିତ୍କାର କରୁଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ମଧ୍ୟ ସମ୍ଭବପର ହୋଇନଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।