28.1 C
Bhubaneswar
Thursday, May 2, 2024
Homeଓଡିଶା*ପଏଁରୀ ଅନୁଷ୍ଠାନ କୁ ଡବ୍ଲୁ -ଓ଼ -ଡ଼ି -ସି, ସି-ଇ-ଓ଼ ଓ ଜ଼ିଲ୍ଲାପାଳ ଙ୍କ ପରିଦର୍ଶନ*

*ପଏଁରୀ ଅନୁଷ୍ଠାନ କୁ ଡବ୍ଲୁ -ଓ଼ -ଡ଼ି -ସି, ସି-ଇ-ଓ଼ ଓ ଜ଼ିଲ୍ଲାପାଳ ଙ୍କ ପରିଦର୍ଶନ*

ସୋନପୁର – ସୁବର୍ଣ୍ଣପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ( ସି -ଇ -ଓ ) ପ୍ରେମ ଚାନ୍ଦ ଚୌଧୁରୀ ( ଆଇ -ଏ -ଏସ, ) ଓ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱେଣେ ( ଆଇ -ଏ -ଏସ ) ପରିଦର୍ଶନ କରିଥିଲେ l ଅନୁଷ୍ଠାନ ର ଭିତ୍ତିଭୂମି, କାର୍ଯ୍ୟ ଶୈଳୀ ଉପରେ ଆଲୋଚନା କରି ଡବ୍ଲୁ -ଓ଼ -ଡ଼ି -ସି ଅନୁଦାନ ର କୋଠା ନିର୍ମାଣ ଓ଼ ସଦ-ବିନିଯୋଗ କୁ ତଦାରଖ କରିଥିଲେ l ଜାତୀୟ ସ୍ତର ର ଉତ୍ସବ ମାନଙ୍କ ରେ ପଏଁରୀ ର ଯୋଗଦାନ ଓ଼ ସେମିନାର, ପାରମ୍ପରିକ ଲୋକ କଳା ଲୋକ ନୃତ୍ୟ ର ପାରଦର୍ଶିତା ଓ଼ ସଫଳତା ଉପରେ ସି -ଇ -ଓ ଏବଂ ଜ଼ିଲ୍ଲାପାଳ ଙ୍କ ଆଲୋଚନା ବେଳେ ବିଭିନ୍ନ ପ୍ରଶ୍ନ ର ଉତ୍ତର ରେ ଅନୁଷ୍ଠାନ ର ଉପଦେଷ୍ଟା ତଥା ସଂସ୍କୃତି ଗବେଷକ ଗଦାଧର ବାରିକ ଓ ସମ୍ପାଦକ ଚୌଧୁରୀ ବିଭାର ମତ ରଖିଥିଲେ l ଏବଂ ଅନୁଷ୍ଠାନ ପରିସର ରେ ଏକ ନୂତନ ଅଡିଟୋରିୟମ ଓ ଫାଟକ ଆବଶ୍ୟକତା ଓ଼ ନିର୍ମାଣ ସକାଶେ ସି -ଇ -ଓ଼ ଶ୍ରୀ ଚୌଧୁରୀ ଓ଼ ଜ଼ିଲ୍ଲାପାଳ ଙ୍କୁ ଦାବି ଜଣାଇଥିଲେ l ଏହି ଗସ୍ତ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ଡୋଳାମଣି ପଟେଲ, ଜ଼ିଲ୍ଲା ଯୋଜନା ବୋର୍ଡ ର ଉପ -ନିର୍ଦେଶକ ଯୋଗ ଦେଇ ଥିବା ବେଳେ ପଏଁରୀ ର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ସଭାପତି ଲଡ଼ୁ କିଶୋର ମଲ୍ଲିକ, ଉପ ସଭାପତି ପ୍ରଫୁଲ୍ଲ ନାଏକ, କାର୍ଯ୍ୟକର୍ତା ଗରିବ ଲୋଈ, ମନୋରଞ୍ଜନ ତ୍ରିପାଠୀ,ସୁଶାନ୍ତ ସାହୁ, ଗୋପାଳ ମେହେର, ପୃଥ୍ୱୀରାଜ ବାଘ, ଅଜିତ ବାଗ,ସନ୍ତୋଷ ପାଢୀ, ଜଗା ନରଭଂସିଆ, ଜିତେନ୍ ବାଘ ପ୍ରମୁଖ ସକ୍ରିୟ ଯୋଗଦାନ କରିଥିଲେ l ସି -ଇ -ଓ ଓ଼ ଜ଼ିଲ୍ଲାପାଳ ଙ୍କୁ ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଫାଟକ ଠାରୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଵା ବେଳେ ଅନୁଷ୍ଠାନ ପରିଦର୍ଶନ, ଓ ଅନୁଧ୍ୟାନ ପରେ ଆଜି ଏ ସମସ୍ତ ଅଧିକାରୀ ଖୁବ ଖୁସିବ୍ୟକ୍ତ କରିଥିବା ଜଣାପଡିଛି l

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking