33.1 C
Bhubaneswar
Thursday, April 25, 2024
Homeରାଜନୀତିରାଜ୍ୟ ସରକାର ଘରୋଇ କମ୍ପାନୀ ପ୍ରୀତି ଛାଡି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ କମ୍ କରନ୍ତୁ :...

ରାଜ୍ୟ ସରକାର ଘରୋଇ କମ୍ପାନୀ ପ୍ରୀତି ଛାଡି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ କମ୍ କରନ୍ତୁ : ବାବୁ ସିଂ

 ଗତ ୬ ମାସରେ ଓଇଆରସି ୟୁନିଟ ପିଛା ପାଖାପାଖି ୫୦ ପଇସା ଦର ବୃଦ୍ଧି କରିଛି
 ରାଜ୍ୟ ସରକାର ଏବଂ ଓଇଆରସି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି
 ପ୍ରାକୃତିକ ବିପର୍ଯ୍ୟୟରେ ମିଳିଥିବା କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ହରିଲୁଟ୍ କରିଛନ୍ତି
 ରାଜ୍ୟ ସରକାର ସେବା କମ୍‌୍ ଏବଂ ଟିକସ ଅଧିକା ନେବା ନୀତି ଆପଣାଇଛନ୍ତି

ରାଜ୍ୟର ୯୨ ଲକ୍ଷ ଉପଭୋକ୍ତା ପାଇଁ ନିର୍ଣ୍ଣାୟକ ଲଢେଇ ଜାରି ରଖିବ ବିଜେପି

ଭୁବନେଶ୍ୱର : କରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ ବିଲ ବୃଦ୍ଧି କରିବା ବୋଝ ଉପରେ ନଳିତା ବିଡା ସଦୃଶ ।
ଓଇଆରସିର ବିଦ୍ୟୁତ ଦର ବୃଦ୍ଧି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଏପ୍ରିଲ ୪,୨୦୨୧ରୁ ରାଜ୍ୟ ସରକାର ବିଦ୍ୟୁତ ବିଲରେ ୟୁନିଟ ପିଛା ୩୦
ପଇସା ବୃଦ୍ଧି କରି ନିରୀହ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି । ରାଜ୍ୟ ସରକାରଙ୍କ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳି କାଟ୍ ଏବଂ ଲୋ
ଭୋଲଟେଜ ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଏକାମ୍ର ନିର୍ବାଚନମଣ୍ଡଳୀର ଖଣ୍ଡଗିରି ମଣ୍ଡଳରୁ ଏକ ରାଲି ବାହାରି ଡୁମୁଡୁମା ବିଦ୍ୟୁତ ଅଫିସ ଘେରାଓ
କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଗତ ୬ ମାସରେ ଓଇଆରସି ୟୁନିଟ ପିଛା ପାଖାପାଖି ୫୦ ପଇସା ଦର ବୃଦ୍ଧି କରିଛି । କରୋନା ସମୟରେ ସାଧାରଣ ଜନତା ପେଟ ପାଇଁ
ଚିନ୍ତା କରୁଥିବାବେଳେ ରାଜ୍ୟ ସରକାର ସେମାନଙ୍କୁ ବିଜୁଳି ଝଟକା ଦେଉଛନ୍ତି । ବିଧାନସଭାର ପବିତ୍ର ଗୃହରେ ବିଭାଗୀୟ ମନ୍ତ୍ରୀ ବିଦ୍ୟୁତ ଦର ବୃଦ୍ଧି
ଉପରେ ପୁର୍ନବିଚାର କରିବା ପାଇଁ ଓଇଆରସିକୁ ଚିଠି ଲେଖିବେ ବୋଲି ପ୍ରତିଶୃତି ଦେଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଚିଠି ଖଣ୍ଡେ ଲେଖିଲେ ନାହିଁ । ରାଜ୍ୟ
ସରକାର ଏବଂ ଓଇଆରସି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ ବିଦ୍ୟୁତ ଦର ବୃଦ୍ଧି ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ବୋଲି
ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଅଭିଯୋଗ କରିଛନ୍ତି ।
ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ହଜାର ହଜାର କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଓଡିଶାକୁ ପ୍ରଦାନ କରାଯାଇଛି । କିନ୍ତୁ
ରାଜ୍ୟ ସରକାର ଭିତିଭୂମି ସୁଦୃଢ ନକରି ଏହି ଅର୍ଥକୁ ହରିଲୁଟ୍ କରିଛନ୍ତି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଏବେ
କଷ୍ଟରେ ଅଛନ୍ତି । ରାଜ୍ୟ ସରକାର ସେବା କମ୍‌୍ ଏବଂ ଟିକସ ଅଧିକା ନେବା ନୀତି ଆପଣାଇଛନ୍ତି । ବିଶେଷ କରି କରୋନା ମହାମାରୀ ସମୟରେ ବିଦ୍ୟୁତ
ଦର ବୃଦ୍ଧି କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ସିଂ କହିଛନ୍ତି ।
ବିଗତ ଦିନରେ ବିଭିନ୍ନ ପ୍ରାକୃତି ବିପର୍ଯ୍ୟୟ ପରେ ମିଳିଥିବା କେନ୍ଦ୍ରୀୟ ସହାୟତାକୁ କିଭଳି ଖର୍ଚ୍ଚ କରାଯାଇଛି, କେଉଁ ଠିକାଦାରକୁ କାମ
ଦିଆଯାଇଛି ଏବଂ କେତେ ପରିମାଣରେ କାମ ହୋଇଛି ତାହାର ସବିଶେଷ ତଥ୍ୟ ଏକ ଶ୍ୱେତପତ୍ର ମାଧ୍ୟମରେ ରାଜ୍ୟ ସରକାର ପ୍ରକାଶ କରନ୍ତୁ । ଏହା ସହ
ରାଜ୍ୟ ସରକାର ଘରୋଇ କମ୍ପାନୀ ପ୍ରୀତି ଛାଡି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ କମ୍ କରନ୍ତୁ ବୋଲି ଶ୍ରୀ ସିଂ ଦାବି କରିଛନ୍ତି ।
ଏହି ପ୍ରତିବାଦ ସଭାରେ ଖଣ୍ଡଗିରି ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂହ, ନୟାପଲ୍ଲୀ ମଣ୍ଡଳ ସଭାପତି ଜଗନ୍ନାଥ ବେହେରା, ଜିଲ୍ଲା ସାଧାରଣ
ସଂପାଦକ ହିମାଂଶୁ ଛୋଟରାୟ, ଅଭିଷେକ ଆଚାର୍ଯ୍ୟ, ବିଜେପି ନେତା କାର୍ତିକ ସୁନ୍ଦରାୟ, ଶିଶିର କୁମାର ସୁନ୍ଦରାୟ, ସୁମିତ୍ରା ଆଚାର୍ଯ୍ୟ, ଇଦିସ ଭୁଇଁଆ,
ପ୍ରଦୀପ ପାତ୍ର, ସୂର୍ଯ୍ୟକାନ୍ତ ରାଉତରାୟ, ରଜନୀ ବାଳା ଦାସ, କିରଣ ଦାସ, ନୀଳକଣ୍ଠ ରେଡି, ଆନନ୍ଦ ମଲ୍ଲିକ, ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ମନୋଜ
କୁମାର ପଶ୍ଚିମ କବାଟ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ଏବଂ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ
କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking