40.1 C
Bhubaneswar
Thursday, April 25, 2024
Homeମହିଳା ଟି-୨୦ ଆଇପିଏଲ୍ -2023 Auctionମହିଳା ପ୍ରିମିୟର ଲିଗରେ ଭାଗ ନେଲାନି ଚେନ୍ନାଇ ସୁପର କିଙ୍ଗସ; ଜାଣନ୍ତୁ କ’ଣ କାରଣ

ମହିଳା ପ୍ରିମିୟର ଲିଗରେ ଭାଗ ନେଲାନି ଚେନ୍ନାଇ ସୁପର କିଙ୍ଗସ; ଜାଣନ୍ତୁ କ’ଣ କାରଣ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ବୁଠାରୁ ସଫଳ ଦଳ ଭିତରୁ ଗୋଟିଏ ହେଉଛି ଚେନ୍ନାଇ ସୁପର କିଙ୍ଗସ । ଲିଗରେ ୪ ଥର ଚମ୍ପିଆନ ମୁକୁଟ ପିନ୍ଧିଥିବା ବେଳେ ସର୍ବାଧିକ ଥର ଫାଇନାଲରେ ପ୍ରବେଶ କରିଛି ସିଏସକେ । ଆଇପିଏଲ ବ୍ୟତୀତ ସାଉଥ ଆଫ୍ରିକା ପ୍ରିମିୟର ଲିଗରେ ମଧ୍ୟ ଜୋବର୍ଗ ସୁପର କିଙ୍ଗସ ନାମରେ ଏକ ଦଳ ରହିଛି । କିନ୍ତୁ ଭାରତର ମହିଳା ପ୍ରିମିୟର ଲିଗରେ ଏହି ଫ୍ରାଞ୍ଚାଇଜି ଟିମ କିଣିବା ପାଇଁ କୌଣସି ଇଚ୍ଛା ପ୍ରକାଶ କରିନଥିବା ଦେଖାଯାଇଛି । ତେବେ କାହିଁକି ସେ ନେଇ ଉଠିଛି ପ୍ରଶ୍ନ ।

ଫ୍ରାଞ୍ଚାଇଜି କିଣିବା ବେଳେ ଲକ୍ଷ ଲକ୍ଷ ପ୍ରଶଂସକ ଅପେକ୍ଷା କରିଥିଲେ ଯେ ପ୍ରଥମ ମହିଳା ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗସ ଏକ ଦଳ ଭାବେ ସାମିଲ ହେବ । କିନ୍ତୁ ଫ୍ୟାନ୍ସମାନଙ୍କର ଏହି ସ୍ୱପ୍ନ ଭାଙ୍ଗିଯାଇଛି । ଫ୍ରାଞ୍ଚାଇଜି ମହିଳା ପ୍ରିମିୟର ଲିଗ ପାଇଁ କୌଣସି ଦଳ କିଣିନାହିଁ । ତେବେ ଏହା ପଛରେ ଏକ ରଣନୈତିକ କାରଣ ଥିବା କୁହାଯାଇଛି । ଚଳିତ ବର୍ଷ ପ୍ରଥମ ସଂସ୍କରଣ ପାଇଁ ୫ଟି ଟିମ ସହ ଲିଗ ଆୟୋଜକ କରିବାକୁ ନିଷ୍ପତ୍ତି ନେଇଛି ବିିସିସିଆଇ । ତେବେ ଆଇପିଏଲ ପରି ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି । ତେଣୁ ଆଗକୁ ଚେନ୍ନାଇ ମହିଳା ପ୍ରିମିୟର ଲିଗରେ ମଧ୍ୟ ଏକ ଦଳ କିଣିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking