38.1 C
Bhubaneswar
Friday, April 26, 2024
Homeମହିଳା ଟି-୨୦ ଆଇପିଏଲ୍ -2023 Auctionମହିଳା ପ୍ରିମିୟର ଲିଗରେ ଆରସିବି ଦଳରୁ ଖେଳିବେ ମିଚେଲ ଷ୍ଟାର୍କଙ୍କ ପତ୍ନୀ! ନିଜେ କଲେ ଖୁୁଲାସା

ମହିଳା ପ୍ରିମିୟର ଲିଗରେ ଆରସିବି ଦଳରୁ ଖେଳିବେ ମିଚେଲ ଷ୍ଟାର୍କଙ୍କ ପତ୍ନୀ! ନିଜେ କଲେ ଖୁୁଲାସା

ମୁମ୍ବାଇ: ଫେବୃଆରୀ ୧୩ ତାରିଖରେ ମହିଳା ପ୍ରିମିୟର ଲିଗ ପାଇଁ ଖେଳାଳିଙ୍କର ହେବ ନିଲାମୀ । ତେବେ ଏହାକୁ ନେଇ ପ୍ରତ୍ୟେକ ଫ୍ରାଞ୍ଚାଇଜି ଅଙ୍କକଷା ଆରମ୍ଭ କରି ସାରିଲେଣି । ନିଲାମୀରେ କେଉଁ ଖେଳାଳିଙ୍କୁ ଦଳରେ ସାମିଲ କରିବେ ସେ ନେଇ ପ୍ରସ୍ତୁତ ହେଉଛି ମାଷ୍ଟରପ୍ଲାନ । ତେବେ ଏହା ଭିତରେ ଅଷ୍ଟ୍ରେଲିଆ ମହିଳା ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ଆଲିସା ହେଲୀ ।

ଟିମ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କଙ୍କ ପତ୍ନୀ ତଥା ମହିଳା କ୍ରିକେଟର ଆଲିସା ହେଲୀ ମହିଳା ପ୍ରିମିୟର ଲିଗକୁ ନେଇ ବଡ ଖୁଲାସା କରିଛନ୍ତି । ଏହି ଲିଗ ପାଇଁ ସେ ରେଜିଷ୍ଟ୍ରେସନ କରି ସାରିଥିବା ନେଇ ଏକ ଇଭେଣ୍ଟରେ ସୂଚନା ଦେଇଛନ୍ତି । ଏଥି ସହିତ ଆଲିସା କହିଛନ୍ତି ଯେ, ସେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିବା ପାଇଁ ଚାହୁଁଛନ୍ତି । କାରଣ ତାଙ୍କ ପତୀ ମିଚେଲ ଷ୍ଟାର୍କ ମଧ୍ୟ ଦିନେ ବାଙ୍ଗାଲୋର ପକ୍ଷରୁ ଆଇପିଏଲ ଖେଳିଥିଲେ । ତେବେ ଏ ନଇ ବାଙ୍ଗାଲୋର ଫ୍ରାଞ୍ଚାଇଜି ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । ଲିଗ ପାଇଁ ହେବାକୁ ଥିବା ନିଲାମୀରେ ଖେଳାଳିମାନେ ନିଲାମରେ ଭାଗ ନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking