ବରଗଡ଼: ଅଚାନକ ମାଡି ଆସିଲା ଝରଣା ପାଣି। ଅଳ୍ପକେ ବର୍ତ୍ତିଲେ କାଉଡିଆଙ୍କ ଜୀବନ। ଏଭଳି ଅଘଟଣ ଘଟିଛି ବରଗଡ଼ ପଦ୍ମପୁର ନୃସିଂହନାଥ ମନ୍ଦିରରେ । ମନ୍ଦିର ପାଖରେ ଥିବା ଝରଣାରୁ ପାଣି ଉଠାଇବାବେଳେ ହତାଠ୍ ମାଡି ଆସିଲା ଝରଣା ପାଣି। ଏହି ସମୟରେ ପାଣି ମଝିରେ କାଉଡିଆମାନେ ଫସି ଯାଇଥିଲେ। ପ୍ରାୟ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ହାତ ଧରାଧରି ହୋଇ କାଉଡିଆମାନେ ଫସି ରହିଥିଲେ। ପରେ ଝରଣା ଜଳସ୍ତର କମିବାରୁ ସୁରକ୍ଷିତ ଭାବେ କୂଳକୁ ଆସିଥିଲେ।