19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଆମେ ପାକିସ୍ତନୀ ନୁହଁ, ଭାରତ ସମର୍ଥନରେ ଅଛୁ : ବାଲୁଚିସ୍ତାନ

ଆମେ ପାକିସ୍ତନୀ ନୁହଁ, ଭାରତ ସମର୍ଥନରେ ଅଛୁ : ବାଲୁଚିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନକୁ ଝଟକା ।ପାକିସ୍ତାନରୁ ବାଲୁଚିସ୍ତାନ ଅଲଗା ହେବା ନେଇ ଘୋଷଣା କରିଛନ୍ତି ବାଲୁଚ୍ ପ୍ରତିନିଧି ମୀର ୟାର ବାଲୋଚ୍ । ସେ କହିଛନ୍ତି ଯେ, ତାଙ୍କ ପ୍ରଦେଶ ବର୍ଷ ବର୍ଷ ଧରି ପାକିସ୍ତାନୀ ସେନା ଏବଂ ପାକିସ୍ତାନୀ ପୋଲିସ ଦ୍ୱାରା ହିଂସାର ଶିକାର ହୋଇଆସୁଛି । ପାକିସ୍ତାନୀ ସେନା ଏଠାରେ ନିରନ୍ତର ମାନବାଧିକାର ଉଲ୍ଲଂଘନ କରୁଛି । ଯେଉଁମାନେ ସ୍ୱର ଉଠାଉଛନ୍ତି ସେମାନଙ୍କୁ ଗାଏବ କରାଯାଉଛି । ଏନେଇ ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ମୀର ୟାର ବାଲୋଚ ପୋଷ୍ଟ କରି କହିଛନ୍ତି ଯେ, ବେଲୁଚିମାନେ ସେମାନଙ୍କର ସ୍ୱାଧୀନତା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଏବେ ସମଗ୍ର ବିଶ୍ୱ ଏହି ମାମଲାରେ ଚୁପ୍ ରହିବା ଉଚିତ୍ ନୁହେଁ । ସେ କହିଛନ୍ତି, “ତୁମେ ଆମକୁ ମାରିଦେବ କିନ୍ତୁ ଆମେ ବାହାରକୁ ଆସିବୁ । ଆମେ ଆମର ଜାତିକୁ ରକ୍ଷା କରିବାକୁ ବାହାରି ଆସିଛୁ । ଆସନ୍ତୁ ଏବଂ ଆମ ସହିତ ଯୋଗ ଦିଅନ୍ତୁ । ପାକିସ୍ତାନ ଅଧିକୃତ ବେଲୁଚିସ୍ତାନର ରାସ୍ତାରେ ଏକ ବାଲୁଚି ବିଦ୍ରୋହ ଚାଲିଛି। ଲୋକମାନେ ଦେଶର ସ୍ୱାର୍ଥ ପାଇଁ ବେଲୁଚିସ୍ତାନକୁ ସମର୍ଥନ କରୁଛନ୍ତି। ଏବେ, ବିଶ୍ୱ ନୀରବ ଦର୍ଶକ ହେବା ଉଚିତ୍ ନୁହେଁ ।”

ସେ ଭାରତୀୟ ନାଗରିକମାନଙ୍କୁ, ବିଶେଷକରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ, ଯେଉଁଥିରେ ୟୁଟ୍ୟୁବର୍ ଏବଂ ଫେସବୁକରେ ସକ୍ରିୟ ଥିବା ଲୋକମାନେ ମଧ୍ୟ ସାମିଲ ଅଛନ୍ତି, ତାଙ୍କୁ ସମର୍ଥନ କରିବାକୁ ଏବଂ ବେଲୁଚିମାନଙ୍କୁ ପାକିସ୍ତାନୀ ନ କହିବାକୁ ନିବେଦନ କରିଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀରକୁ ନେଇ ଭାରତରକୁ ସମର୍ଥନ କରିଛନ୍ତି ମୀର ୟାର । ସେ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି ଯେ, ସେମାନେ ଏହି ପ୍ରସଙ୍ଗରେ ଭାରତକୁ ସମର୍ଥନ କରିବା ଉଚିତ ଏବଂ ପିଓକେ ଖାଲି କରିବା ପାଇଁ ପାକିସ୍ତାନ ଉପରେ ଚାପ ପକାଇବା ଉଚିତ । ସେ ଲେଖିଛନ୍ତି ଯେ, ପାକିସ୍ତାନ ପିଓକେର ଲୋକଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରୁଛି ।

ଏହି ଅଞ୍ଚଳଗୁଡ଼ିକରେ ଯେକୌଣସି ରକ୍ତପାତ ଘଟୁଛି, ଏଥିପାଇଁ ଲୋଭୀ ପାକିସ୍ତାନୀ ସେନା ଦାୟୀ । ୧୯୭୧ ମସିହାରେ ଯେପରି ୯୩୦୦୦ ପାକିସ୍ତାନୀ ସେନା ଢାକାରେ ଆତ୍ମସମର୍ପଣ କରିଥିଲେ, ଏମିତି ନହେଉ କି ପୁଣିଥରେ ସେମାନଙ୍କୁ ଏଭଲି ଲଜ୍ଜାର ସମ୍ମୁଖୀନ ହେବାକୁ ପଡୁ । ମୀର ବାଲୋଚ୍ , ବାଲୁଚିସ୍ତାନକୁ ଦେଶର ସ୍ବତନ୍ତ୍ର ମାନ୍ୟତା ଦେବାକୁ ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ଦେଶମାନଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱ ପାକିସ୍ତାନର କଥା ଉପରେ ଧ୍ୟାନ ଦେବା ଉଚିତ ନୁହେଁ । କାରଣ ସେମାନେ ବିଦେଶୀ ଶକ୍ତି ସହିତ ମିଶି ବେଲୁଚିସ୍ତାନକୁ ନିଜ ଅଧୀନରେ ରଖିଛନ୍ତି । ବାଲୁଚିସ୍ତାନ ବର୍ଷ ବର୍ଷ ଧରି ମାନବାଧିକାର ଉଲ୍ଲଂଘନର ଅଭିଯୋଗ କରିଆସୁଛି । ଏଠାରେ କୌଣସି ନ୍ୟାୟିକ ପ୍ରକ୍ରିୟା ବିନା, ଦଣ୍ଡ ଦିଆଯାଏ, ଯେଉଁମାନେ ପ୍ରତିବାଦ କରନ୍ତି ସେମାନଙ୍କୁ ଗାଏବ କରିଦିଆଯାଏ । ଏଥିରେ ପାକିସ୍ତାନୀ ସେନା ଏବଂ ପାକିସ୍ତାନୀ ପୋଲିସ ଉଭୟ ସାମିଲ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking