30.1 C
Bhubaneswar
Thursday, April 25, 2024
Homeକମନୱେଲଥ ଗେମ୍ସବ୍ରୋଞ୍ଜ ଜିତିବା ପରେ ‘ସବସେ୍‌ ଆଗେ ହୋଙ୍ଗେ ହିନ୍ଦୁସ୍ତାନୀ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଭାରତୀୟ...

ବ୍ରୋଞ୍ଜ ଜିତିବା ପରେ ‘ସବସେ୍‌ ଆଗେ ହୋଙ୍ଗେ ହିନ୍ଦୁସ୍ତାନୀ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଭାରତୀୟ ମହିଳା ହକି ଟିମ୍‌

ନୂଆଦିଲ୍ଲୀ : ଭାରତୀୟ ମହିଳା ହକି ଟିମ୍‌ ୧୬ ବର୍ଷ ପରେ କମନୱେଲଥ ଗେମ୍ସରେ ପଦକ ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ୨୦୦୨ରେ ସ୍ୱର୍ଣ୍ଣ ଏବଂ ୨୦୦୬ରେ ରୌପ୍ୟ ଜିତିଥିଲା ଭାରତୀୟ ମହିଳା ହକି ଟିମ୍‌ । ଏହାପରେ ଚଳିତ ବର୍ଷ ବ୍ରୋଞ୍ଜ ପଦକ ଅକ୍ତିଆର କରିଛି ଭାରତୀୟ ଦଳ । ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପେନାଲିଟ୍‌ ସୁଟଆଉଟ୍‌ରେ ୩-୦ରେ ହରାଇଥିଲା। ଆଉ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଯେଉଁ ଖୁସି ମିଳିଛି ତାହାକୁ ଦଳ ନିଆରା ଅନ୍ଦାଜରେ ସେଲିବ୍ରେଟ କରିଛି ।

କମନୱେଲଥ ଗେମ୍ସରେ ହକିର ବ୍ରୋଞ୍ଜ ମଡେଲ ପାଇଁ ନ୍ୟୁଜିଲାଣ୍ଡକୁ ୨-୧ରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହାସହ ବ୍ରୋଞ୍ଜ ପଦକକୁ ନିଜ ନାମରେ କରିଛି । ୨୦୦୬ ପରେ କମନୱେଲଥ ଗେମ୍ସରେ ଏହା ଭାରତର ପ୍ରଥମ ପଦକ ବିଜୟ । ତେଣୁ ଖେଳାଳି ଡ୍ରେସିଂ ରୁମରେ ଖୁସିକୁ ଧୁମଧାମରେ ସେଲିବ୍ରେସନ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ମହିଳା ହକି ଟିମ ଏହି ଖୁସିକୁ ନାଚି ଗାଇ ସେଲିବ୍ରେଟ କରୁଥିବାର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

ହକି ଟିମ୍‌ ସେଲିବ୍ରେସନ ପାଇଁ ୧୯୯୭ ମସିହାରେ ରିଲିଜ ହୋଇଥିବା ‘ଦସ୍’ ଫିଲ୍ମର ଗୀତ ‘ଶୁନୋ ଗୌର ସେ ଦୁନିଆ ୱାଲୋ…’ ଗୀତରେ ଠୁମକା ଲଗାଇ ବିଜୟ ଖୁସି ଉପଭୋଗ କରିଛି ଟିମ ଇଣ୍ଡିଆ । ତେବେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।

ଆଉ ଏହି ଭାଇରଲ ଭିଡିଓ ଦେଖି ସମସ୍ତେ ଖୁସି ହୋଇଯାଉଛି। କିପରି ଖେଳାଳି ଗୀତର ତାଳେ ତାଳେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ୍‌ ସ୍ୱର୍ଣ୍ଣ ପଦକ ପାଇଁଅଷ୍ଟ୍ରେଲିଆ ସହିତ ଖେଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking