28.1 C
Bhubaneswar
Friday, April 26, 2024
Homeଓଡିଶାସୁଶାନ୍ତ କେବେ ନୂଆ ଆଲୋକ ଦେଖିବ

ସୁଶାନ୍ତ କେବେ ନୂଆ ଆଲୋକ ଦେଖିବ

ଯାଜପୁର : ଆଜକୁ ପ୍ରାୟ ୯ବର୍ଷ ହେବ ଗୋଟିଏ ବିଛଣ ରେ ଗୋଟିଏ ଜାଗାରେ ପଡି ରହି ଗୁମୁରି ଗୁମୁରି କାନ୍ଦୁଛି ସୁଶାନ୍ତ । ତା ଜୀବନରେ ନୂଆ ଆଲୋକ କେବେ ଆସିବ ସେ ଜାଣିନଥିଲା । କିନ୍ତୁ ଯେତବେଳେ ଯାଜପୁର ରୋଡ଼ ର ଅଗ୍ରଣୀ ସ୍ବେ୍ଛାସେବୀ ଅନୁଷ୍ଠାନ “କ୍ଲବ ଦି ୟୁଥ୍ ମାସ “ର ସମ୍ପାଦକ ତଥା ଯୁବ ସମାଜସେବୀ ରାଜେଶ୍ ରାଉତ ଶ୍ରଧୟ ଟିକିନା ଭାଇ ବିଭିନ୍ନ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା ପହଞ୍ଚାଇ ଦେଉଛନ୍ତି । ସେବେ ଠାରୁ ସୁଶାନ୍ତ ମନରେ ନୂଆ ଆଶା ନୂଆ ଉଦ୍ଦୀପନା ସୃଷ୍ଟି ହୋଇଛି ରାଜେଶ୍ ଭାଇଙ୍କୁ କହିବି ସେ ମୋତେ ପ୍ରଶାସନ ଠାରୁ ସ୍ବାସ୍ଥ୍ୟ ସେବା ଯୋଗାଇଦେଲେ ମୁଁ ନିଶ୍ଚିନ୍ତ ସୁସ୍ଥ ହୋଇ ମୋ ସାଙ୍ଗ ଙ୍କ ସାଙ୍ଗରେ ଖେଳି ବୁଲି ପାରିବି ପଠା ପଢି ରୋଜଗାର କରି ନିଜ ଗୋଡ଼ରେ ନିଜେ ଠିଆ ହୋଇ ପାରିବି , ଏହା ଥିଲା ସୁଶାନ୍ତ ର ନୂଆ ସପନ ।

ଇଏ ହେଉଛନ୍ତି ସୁଶାନ୍ତ କୁମାର ଦେହୁରୀ ତାଙ୍କ ଘର ବ୍ୟାସନଗର ର ୨୬ ନଂ ୱାର୍ଡର ମୁଣ୍ଡମାଳ ଅଞ୍ଚଳ ରେ । କିଛି ବର୍ଷ ପୂର୍ବେ ସୁଶାନ୍ତ ସୁସ୍ଥ ଥିଲେ ସ୍କୁଲ୍ ଯାଇ ପାଠ ପଢୁଥିଲେ । ସାଙ୍ଗ ମାନଙ୍କ ସହ ବୁଲୁଥିଲେ ଖେଳୁଥିଲେ ଭାଗ୍ୟର ବିଡମ୍ବନା ସୁଶାନ୍ତ ଯେତେବଳେ ନବମ ଶ୍ରେଣୀରେ ପାଠ ପଢୁଥିଲେ ସେହି ସମୟରେ ତାଙ୍କ ଗୋଡ ଓ ହାତ ଧୀରେ ଧୀରେ ମୋଡ଼ି ହେବାକୁ ଲାଗିଲା । ସୁଶାନ୍ତ ବାଟ ଚାଲିବାକୁ କଷ୍ଟ ହେଲା ଏହି କଥା ସୁଶାନ୍ତ ତାର ବାପାଙ୍କୁ ଜଣାଇଥିଲେ । ସୁଶାନ୍ତ ଠାରୁ ତାର ବାପା ସବୁ ଶୁଣିବା ପରେ କଟକ ମେଡିକାଲ୍ କୁ ନେଇ ଚିକିତ୍ସା କରାଇଥିଲେ ଡାକ୍ତର ସୁଶାନ୍ତ ଭଲ ହୋଇଯିବ ବୋଲି ମଧ୍ୟ କହିଥିଲେ । କିନ୍ତୁ ଆଯାକୁ ପ୍ରାୟ ୯ ବର୍ଷ ହେବ ସୁଶାନ୍ତ ବିଛଣା ରେ ଗୋଟିଏ ଜାଗାରେ ପଡି ରହିଛି । ନା ସାଙ୍ଗ ସହ ମିଶି ପାରୁଛି ନା ଖେଳି ପାରୁଛି । ତାଙ୍କ ବାପାଙ୍କର ସ୍ୱଳ୍ପ ରୋଜଗାର ସେ ଗୋଟିଏ ଗାଈ ରଖି କ୍ଷୀର ନେଇ ଘର ଘର ବୁଲି ଦିଅନ୍ତି ଯେତିକି ଟଙ୍କା ଆଣନ୍ତି ସେତିକିରେ ନିଜ ପରିବାର ଲୋକଙ୍କୁ ଖାଇବାକୁ ଦେବା ପରେ ଆଉ ଯାହାବି ରହିଲା ସୁଶାନ୍ତ ର ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଜମି ବାଡି ବିକି ଖର୍ଚ୍ଚ କରି ସାରିଲେଣି ।
ବାରମ୍ବାର ସୁଶାନ୍ତ କୁ କଟକ ଦେଖାଇବା ପରେ ଡାକ୍ତର କହିଲେ ସୁଶାନ୍ତ ଭଲ ହେବାକୁ ବୋହୂ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଏହା ଶୁଣି ସୁଶାନ୍ତ ର ବାପା ଏତେ ଟଙ୍କା କୋଉଠୁ ଆଣିବ ସୁଶାନ୍ତ କୁ ଭଲ କରିବ ସୁଶାନ୍ତ କୁ ସେହି ଦିନ ଠାରୁ ଆଣି ଆଜି ପର୍ଯ୍ୟନ୍ତ ଗୋଟିଏ ବିଛଣ ରେ ଗୋଟିଏ ଯାଗାରେ ରଖି ଯେତିକି ସମ୍ଭବ ଖାଦ୍ୟ ଦେଇ ଚିକିତ୍ସା କରି ରଖିଛନ୍ତି । କିନ୍ତୁ ସୁଶାନ୍ତ ବାପା ଯେବେ ଠାରୁ ଟିଭି ପେପର ରେ “କ୍ଲବ୍ ଦି ୟୁଥ୍ ମାସ” ର ସମ୍ପାଦକ ରାଜେଶ୍ କୁମାର ରାଉତ ଙ୍କୁ ବିଭିନ୍ନ ଦିବ୍ୟାଙ୍ଗ ଭାଇ ଭଉଣୀ ଙ୍କୁ ସେବା ଯୋଗାଇବାର ଖବର ଦେଖି ଓ ପଡି ଜାଣିବା ପରେ ସୁଶାନ୍ତ ତାଙ୍କ ବାପାଙ୍କୁ କହିଲେ ବାପା ଆପଣ ଟିକେ ରାଜେଶ୍ ଭାଇଙ୍କ ସହ ଯୋଗାଯୋଗ କରନ୍ତୁ । ସେ ଦିବ୍ୟାଙ୍ଗ ମାନଙ୍କୁ ସାହାଯ୍ୟ କରୁଛନ୍ତି ସେ ମତେ ଜାଣିଛନ୍ତି ସେ ମୋ ଚିକିତ୍ସା ପାଇଁ ନିଶ୍ଚିନ୍ତ କିଛି ବେବସ୍ତା କରିବେ । ଏହା ପରେ ସୁଶାନ୍ତ ର ବାପା ରାଜେଶ୍ ଓ ତାବୀନ ଙ୍କୁ ଘରକୁ ଡ଼ାକି ସୁଶାନ୍ତ ଙ୍କୁ ଦେଖାଇଥିଲେ ରାଜେଶ୍ ଓ ତାଙ୍କ କ୍ଲବ୍ ର ସକ୍ରିୟ ସଦସ୍ୟ ତାବିନ ସାମଲ ଆସି ସୁଶାନ୍ତ କୁ ଦେଖିବା ପରେ କହିଲେ ଆମେ ସୁଶାନ୍ତ ର ସ୍ବାସ୍ଥ୍ୟ କଥା ବିଭିନ୍ନ ଗଣମାଧ୍ୟମ ରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବୁ ଓ ଯେତେ ସମ୍ଭବ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ସ୍ବାସ୍ଥ୍ୟ ସେବା ଯୋଗଇଦେବାକୁ ମଧ୍ୟ କହିବୁ ।
ଏବେବି ସୁଶାନ୍ତ ର ମନରେ ଦୃଢ଼ଶକ୍ତି ଜୀବିତ ଅଛି ସେ ଏବେବି ହାତ ଯୋଡ଼ି କହୁଚି ସରକାର ମତେ ସୁସ୍ଥ କରିଦିଅନ୍ତୁ ମୁଁ ପାଠ ପଢି ନିଜ ଗୋଡ଼ରେ ନିଜେ ଛିଡା ହେବି ମୁଁ ରୋଜଗାର କରି ମୋ ବାପାଙ୍କୁ ସାହାଯ୍ୟ କରିବି ମୁଁ କାହା ଉପରେ ବୋଝ ହେବାକୁ ଚାହେଁ ନା ରାଜେଶ୍ ସୁଶାନ୍ତ ର ଦୃଢ଼ ଇଛା ଶକ୍ତି ଓ ମନବଳ କୁ ଦେଖି ସାଲୁଟ ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking