37.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର

ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଆପ୍ସ ମଧ୍ୟରୁ ହ୍ୱାଟସଆପ ହେଉଛି ଗୋଟିଏ, ଯାହାର ଲୋକପ୍ରିୟତା ଭାରତରେ ଅଧିକ । ଆଜିର କଥା ଯଦି କହିବା, ଆଜିକାଲି ପ୍ରାୟ ପ୍ରତି ସ୍ମାର୍ଟଫୋନ ବ୍ୟବହାରକାରୀ ହ୍ୱାଟସଆପ ବ୍ୟବହାର କରନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଏମିତି ଥାଆନ୍ତି ଯିଏ ଲଗାତର ଭାବରେ ହ୍ୱାଟସଆପ ଅପଡେଟ କରନ୍ତି । ଫଳରେ ନୂଆ ଲଂଚ ହୋଇଥିବା ଫିଚର୍ସର ଉପଯୋଗ କରିପାରିବେ ।
ହ୍ୱାଟସଆପର ଟେକ୍ନିକାଲ ଟିମ ଲଗାତର ଭାବରେ ଅପଡେଟ ଓ ନୂଆ ଫିଚର୍ସ ଆଣିବା ପାଇଁ କାମ କରନ୍ତି । ଯାହାଦ୍ୱାରା ଗ୍ରାହକଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିହେବ ଏବଂ ନୂଆ ଗ୍ରାହକଙ୍କୁ ସାମିଲ କରାଯାଇପାରିବ । ଏହିକ୍ରମରେ ହ୍ୱାଟସଆପ ନିଜ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯେଉଁଥିରେ ଫୋନ ବ୍ୟାଗରେ ଥିଲେ ବି ଆପଣ ଜାଣିପାରିବେ, କଲ୍ ଫୋନରେ ଆସୁଛି ନା ହ୍ୱାଟସଆପରେ ।
ରିପୋର୍ଟ ଅନୁସାରେ, ଏବେ ଆପଣ ହ୍ୱାଟସଆପରେ ଭିନ୍ନ ଭିନ୍ନ ରିଙ୍ଗ ଟୋନ ସେଟ କରିପାରିବେ । ଯାହାଦ୍ୱାରା ଗ୍ରୁପ କଲିଂ ପାଇଁ ଅଲଗା ଏବଂ ସିଙ୍ଗଲ କଲ ପାଇଁ ଅଲଗା ରିଙ୍ଗଟୋନ ବିକଳ୍ପ ଉପଲବ୍ଧ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking