34.1 C
Bhubaneswar
Friday, March 29, 2024
Homeକରୋନା୩ ଖ୍ୟାତନାମା ଡାକ୍ତରଙ୍କ ପରାମର୍ଶ

୩ ଖ୍ୟାତନାମା ଡାକ୍ତରଙ୍କ ପରାମର୍ଶ

ଭୁୁବନେଶ୍ୱର: ଦେଶବାସୀଙ୍କୁ ପରାମର୍ଶ ଦେଲେ ଦେଶର ୩ ଖ୍ୟାତନାମା ଡାକ୍ତର । ୩ ଡାକ୍ତର ହେଲେ ଦେବୀ ସେଟ୍ଟୀ, ନରେଶ ତ୍ରେହାନ ଏବଂ ରଣଦୀପ ଗୁଲେରିଆ । ନାରାୟଣ ହେଲଥ ମୁଖ୍ୟ ଡାକ୍ତର ଦେବୀ ସେଟ୍ଟୀ ପରାମର୍ଶ ଦେଇ କହିଛନ୍ତି, ସବୁବେଳେ ମାସ୍କ ପିନ୍ଧନ୍ତୁ । ସାମାନ୍ୟ ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଟେଷ୍ଟ କରନ୍ତୁ । ପଜିଟିଭ ଚିହ୍ନଟ ହେଲେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ହୋମଆଇସୋଲେସନରେ ରୁହନ୍ତୁ । ପ୍ରତି ୬ଘଣ୍ଟାରେ ଥରେ ଅକ୍ସିମିଟରରେ ଅକ୍ସିଜେନ ଯାଂଚ କରନ୍ତୁ । ଠିକ ସମୟରେ ଚିକିତ୍ସା ଆରମ୍ଭ କଲେ ନିଶ୍ଚିତ ଆରୋଗ୍ୟ ହେବେ । ମେଦାନ୍ତ ହସ୍ପିଟାଲ ମୁଖ୍ୟ ଡାକ୍ତର ନରେଶ ତ୍ରେହାନ ପରାମର୍ଶ ଦେଇ କହିଛନ୍ତି ଯଦି ଘରେ ପର୍ଯ୍ୟାପ୍ତ ଜାଗା ନାହିଁ, ଆଇସୋଲେସନ ସେଣ୍ଟରକୁ ଯାଆନ୍ତୁ । ହସ୍ପିଟାଲ ପାଖ ପେଡ୍ କ୍ୱାରେଣ୍ଟିନ ସେଣ୍ଟରରେ ବି ରହିପାରିବେ । ଡାକ୍ତରଙ୍କ ପରାମର୍ଶରେ ରହିବା ସହ ମେଡିସିନ ଖାଆନ୍ତୁ । ଆମେ ବହୁତ ଭାଗ୍ୟବାନ ଯେ, ଆମେ ଭାରତରେ ରହୁଛେ । ଭାରତରେ ବ୍ୟାପକ ମେଡିସିନ ନିର୍ମାତା କମ୍ପାନୀ ରହିଛନ୍ତି । ଭାରତରେ ଆଦୌ ମେଡିସିନ ଅଭାବଜନିତ ସମସ୍ୟା ଦେଖାଦେବନାହିଁ । ଅକ୍ସିଜେନ ସ୍ତର କମିଗଲେ ଡାକ୍ତରଙ୍କ ପରାମର୍ଶରେ ଆଡମିଶନ ହୁଅନ୍ତୁ । ଅକ୍ସିଜେନ ବ୍ୟବହାର ବି ଉଚିତ ବିଚାର କରି ହେଉ । ଅକ୍ସିଜେନ ଅପଚୟ ଜରୁରୀ ଲୋଡୁଥିବା ରୋଗୀଙ୍କ ଜୀବନ ନେଇପାରେ । ରୋଗୀଙ୍କ ଯତ୍ନ ଠିକ ଭାବେ ନେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି ।
ସେହିଭଳି ଦିଲ୍ଲୀ ଏମସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ପରାମର୍ଶ ଦେଇ କହିଛନ୍ତି, କୋଭିଡ ମେଡିସିନ ବ୍ୟବହାର ନକରି ବି ୮୫ ପ୍ରତିଶତ ଭଲ ହେଲଣି । ସାଧାରଣ ପାରାସିଟାମଲ ଖାଇ ୮୫ ପ୍ରତିଶତ ରୋଗୀ ଆରୋଗ୍ୟ ହେଲେଣି । କେବଳ ୧୫ ପ୍ରତିଶତ ରୋଗୀଙ୍କୁ ରେମଡେସିଭର ଦେବାକୁ ପଡୁଛି । ତେଣୁ କରୋନା ଆକ୍ରାନ୍ତ ହେଲେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ଆକ୍ରାନ୍ତ ହେଲେ ଅଯଥା ହସ୍ପିଟାଲ ଆସନ୍ତୁନି , ଭିଡ ଜମାନ୍ତୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking