37.1 C
Bhubaneswar
Thursday, March 28, 2024
Homeକରୋନାକମ୍ପାନୀଗୁଡିକ ନିଜ କର୍ମଚାରୀଙ୍କୁ ଦେବେ ଟିକା; ଚାଲିଛି କଥାବାର୍ତ୍ତା

କମ୍ପାନୀଗୁଡିକ ନିଜ କର୍ମଚାରୀଙ୍କୁ ଦେବେ ଟିକା; ଚାଲିଛି କଥାବାର୍ତ୍ତା

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପ୍ରେରିତ କରିଛନ୍ତି । ହେଲେ ଏବେ ସେହି କମ୍ପାନୀମାନେ କ୍ୟାମ୍ପସରେ ଟିକାକରଣ ପାଇଁ କ୍ୟାମ୍ପ ଲଗାଇବାକୁ ଯୋଜନା କରୁଛନ୍ତି । ଅନେକ କର୍ପୋରେଟ କମ୍ପାନୀ ବିଶେଷ କରି ମ୍ୟାନୁଫାକ୍‌ଚରିଂ କମ୍ପାନି ଭ୍ୟାକ୍ସିନ ପ୍ରସ୍ତୁତକାରୀ ଘରୋଇ ହସ୍ପିଟାଲ ଚେନରୁ ଫ୍ୟାକ୍ଟ୍ରି ପରିସରରେ ଟିକାକରଣ କ୍ୟାମ୍ପ ଲଗାଇବା ପାଇଁ ସାହାଯ୍ୟ ଲୋଡିଛନ୍ତି ।
ଆପୋଲ ହସ୍ପିଟାଲ ଗ୍ରୁପ, ଫୋର୍ଟିସ ହସ୍ପିଟାଲ, ମ୍ୟାକ୍ସ ହସ୍ପିଟାଲ ଓ ମେଡିକା ଭଳି ଗ୍ରୁପ ଅନୁସାରେ, ତାଙ୍କର ଅନେକ କମ୍ପାନୀ ସହିତ କଥାବାର୍ତ୍ତା ଚାଲିଛି । ଏହି କମ୍ପାନୀମାନେ ନିଜ ଫ୍ୟାକ୍ଟ୍ରି ପରିସରରେ ଏମାନଙ୍କଠାରୁ ଟିକାକରଣ କ୍ୟାମ୍ପ ଲଗାଇବା ପାଇଁ ସାହାଯ୍ୟ ମାଗିଛନ୍ତି । ସରକାରଙ୍କ ପକ୍ଷରୁ ୧୮ ବର୍ଷରୁ ଅଧିକ ବୟସର ଲୋକେ ଟିକା ନେବା ନେଇ ଘୋଷଣା ହେବା ପରେ ଟିକାକରଣ କେନ୍ଦ୍ରରେ ଭିଡ ହୋଇପାରେ । ଏହାସହିତ ଲକଡାଉନ ଓ କରୋନା କଟକଣା କାରଣରୁ ଟିକାକରଣ ପ୍ରକ୍ରିୟା ଧୀମା ହୋଇପାରେ । ବିଶେଷ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଦିଲ୍ଲୀ ଭଳି ସହରରେ , ଯେଉଁଠି ସଂକ୍ରମଣ ଅଧିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking