27.1 C
Bhubaneswar
Wednesday, January 22, 2025
Homeଖେଳଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ଟିମ୍ ଘୋଷଣା କଲା ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ: ବ୍ରାଣ୍ଡନ...

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ଟିମ୍ ଘୋଷଣା କଲା ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ: ବ୍ରାଣ୍ଡନ କିଙ୍ଗ୍ ହେବେ ଅଧିନାୟକ

ୱେଷ୍ଟଇଣ୍ଡିଜ୍‌:  ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡର ଏକ ଅଜବ ନୀତି ଏବେ ସାମ୍ନାକୁ ଆସିଛି । ଭାରତୀୟ କ୍ରିକେଟ୍ ବୋଡ୍‌ର୍ ବିସିସିଆଇ ପକ୍ଷରୁ ଆୟୋଜିତ ହେଉଥିବା କ୍ରିକେଟ୍ ଲିଗ୍ ଆଇପିଏଲ୍‌ରେ ଖେଳୁଥିବା ନିଜ ଦେଶର ଖେଳାଳୀଙ୍କୁ ବାଦ୍ ଦେବା ପ୍ରକ୍ରିୟା ଜାରି ରଖିଛି ୱେଷ୍ଟଇଣ୍ଡିଜ୍ । ରିପୋର୍ଟ ଅନୁସାରେ ୱେଷ୍ଟଇଣ୍ଡିଜ୍ ପୁରୁଷ କ୍ରିକେଟ୍ ଦଳର ଟି-୨୦ ଫର୍ମାଟ୍ ଅଧିନାୟକ ରୋଭନ ପାୱାଲ ଏବେ ଆଇପିଏଲ୍‌ର ଅନ୍ୟତମ ଦଳ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଛନ୍ତି । ସୁତରାଂ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଏବେ ରୋଭନ୍‌ଙ୍କୁ ଜାତୀୟ ଦଳରୁ ବାଦ୍ ଦେଇଥିବା ଜଣାପଡିଛି । ଆଗକୁ ଅନୁଷ୍ଠିତ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍‌-ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୱେଷ୍ଟଇଣ୍ଡିଜ୍ ଟି-୨୦ର ନେତୃତ୍ୱ ବ୍ରାଣ୍ଡନ କିଙ୍ଗ୍‌ଙ୍କ ଉପରେ ନ୍ୟସ୍ତ କରିଛି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ । ସେହିପରି ଆନ୍ଦ୍ର ରସେଲ କୋଲକାତା ନାଇଟ୍ ରାଇଡର୍ସ, ଶିମରନ ହେଟମେୟର ରାଜସ୍ଥାନ ରୟାଲ୍ସ, ଅଲଜାରି ଯୋଶେଫ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଶେରଫନେ ରଥରଫୋର୍ଡ କୋଲକାତା ନାଇଟ ରାଡର୍ସ ଟିମରେ ରହିଛନ୍ତି । ତେଣୁ ସେମାନଙ୍କୁ ମଧ୍ୟ ଜାତୀୟ ଦଳରେ ସାମିଲ କରାଯାଇନାହିଁ । ତେବେ ଏମାନେ ସମସ୍ତେ ସିଧା ଜୁନ୍ ୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବା ପାଇଁ ଉପଲବ୍ଧ ହେବେ । ୱେଷ୍ଟଇଣ୍ଡିଜ୍ କ୍ରିକେଟ ବୋର୍ଡ ଜାତୀୟ ଦଳ ଅପେକ୍ଷା ଆଇପିଏଲକୁ ଅଧିକ ଗୁରୁତ୍ୱ ଦେଇଛି ବୋଲି ନିଜ ସ୍ପଷ୍ଟୀକରଣରେ ଦର୍ଶାଇଛି । ଅନ୍ୟପକ୍ଷରେ ନିକଲୋସ ପୂରନ ଓ ଶାଇ ହୋପଙ୍କ ଦଳ ପ୍ଲେଅଫରୁ ବାଦ ପଡ଼ିଥିଲେ ହେଁ ସେମାନଙ୍କୁ ବିଶ୍ରାମ ଦିଆଯାଇଛି । ଯଦି ଆରସିବି ଓ କେକେଆର ଫାଇନାଲକୁ ଉନ୍ନୀତ ନ ହେବେ, ତା’ହେଲେ ଅଲଜାରି ଯୋଶେଫ ଓ ରଥରଫୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଖେଳିବାକୁ ଉପଲବ୍ଧ ହେବେ ।
ଭାରତରେ ଚାଲିଥିବା ଆଇପିଏଲ୍‌ର ପ୍ଲେଅଫକୁ ଦୃଷ୍ଟିରେ ରଖି ୱେଷ୍ଟଇଣ୍ଡିଜ୍ କ୍ରିକେଟ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ସ୍କ୍ୱାର୍ଡ ଘୋଷଣା କରିଛି । ଦଳର ଅଧିକାଂଶ ଖେଳାଳୀ ଆଇପିଏଲ ପ୍ଲେଅଫ ଖେଳିବାକୁ ଥିବାରୁ ସେମାନଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯାଇ ନାହିଁ ବୋଲି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲେ ମଧ୍ୟ ବାସ୍ତବତା କିଛି ଭିନ୍ନ ରହିଥିବା ସ୍ପଷ୍ଟ ବାରି ହୋଇପଡୁଛି । ୱେଷ୍ଟଇଣ୍ଡିଜ୍‌-ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌କୁ ଆହୁରି ଅନେକ ସମୟ ବାକି ରହିଥିବା ବେଳେ ତରବରିଆ ଭାବେ ଟି-୨୦ ପାଇଁ ସ୍କ୍ୱାର୍ଡ ଘୋଷଣା କରାଯିବାକୁ ନେଇ ଅନେକ ଖେଳାଳି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ୱେଷ୍ଟଇଣ୍ଡିଜ୍‌ର ପ୍ରାୟ ଅଧିକାଂଶ ପୂର୍ବତନ କ୍ରିକେଟର ମଧ୍ୟ ବୋଡ୍‌ର୍ର ଏପ୍ରକାର ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି । ଟି-୨୦ ବିଶ୍ୱକପ ଖେଳିବା ପୂର୍ବରୁ ଖେଳାଳୀଙ୍କ ପାଇଁ ୱେଷ୍ଟଇଣ୍ଡିଜ୍‌-ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନେକ ମତବ୍ୟକ୍ତ କରିଛନ୍ତି । ପ୍ରକାଶ, ମେ’ ୨୩, ୨୫ ଓ ୨୬ ତାରିଖରେ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ୍ ଖେଳ ହେବ । ଏହାପରେ ଉଭୟ ଦଳ ବିଶ୍ୱକପ ଖେଳିବେ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ସ୍କ୍ୱାଡ୍‌: ବ୍ରାଣ୍ଡନ କିଙ୍ଗ୍ (ଅଧିନାୟକ), ରୋଷ୍ଟନ ଚେଜ୍‌, ଅଲିକ ଆଥନାଜେ, ଜନସନ ଚାର୍ଲସ, ଆନ୍ଦ୍ରେ ଫ୍ଲେଚର, ମାଥ୍ୟୁ ଫୋର୍ଡେ, ଜାସନ ହୋଲ୍ଡର, ଅକେଲା ହୁସେନ, ଶମର ଯୋଶେଫ, କାୟଲ ମେୟର୍ସ, ଓବେଡ ମ୍ୟାକୟ, ଗୁଡାକେଶ ମୋତି, ରୋମାରିଓ ଶେଫର୍ଡ ଓ ହାୟଡେନ ୱାଲଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking