22.1 C
Bhubaneswar
Friday, May 1, 2026
Homeଦେଶ ବିଦେଶରୁଷ୍‌-ଚୀନ୍ ଯୋଗୁ ବଢ଼ୁଛି ଆଣବିକ ଯୁଦ୍ଧ ଆଶଙ୍କା

ରୁଷ୍‌-ଚୀନ୍ ଯୋଗୁ ବଢ଼ୁଛି ଆଣବିକ ଯୁଦ୍ଧ ଆଶଙ୍କା

ୱାଶିଂଟନ: ରୁଷ୍ ଏବଂ ଚୀନ୍ ଯୋଗୁ ବିଶ୍ୱସ୍ତରରେ ଆଣବିକ ଯୁଦ୍ଧ ଆଶଙ୍କା ବଢ଼ିବଢ଼ି ଚାଲିଛି। ବିଶେଷକରି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ରୁଷ୍ ଏକାଧିକ ଥର ଆଣବିକ ବୋମା ଆକ୍ରମଣ କରିବା ନେଇ ଧମକ ଦେଇସାରିଛି। ତେବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ଆକ୍ରମଣାତ୍ମକ ମନୋଭାବ ଯୋଗୁ ନାଟୋ ଦେଶ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ନାଟୋ ଦେଶଗୁଡିକ ଉପରେ ମାଡ଼ିଆସୁଥିବା ବିପଦ ମଧ୍ୟରେ ଆମେରିକା ନିଜର ସବୁଠାରୁ ବିପଜ୍ଜନକ ଆଣବିକ ବୋମା ବି୬୧-୧୨କୁ ୟୁରୋପରେ ନିୟୋଜିତ କରିଛି। ଫେଡେରେସନ୍ ଅଫ୍ ଆମେରିକୀୟ ଆଣବିକ ବୈଜ୍ଞାନିକ ହାନ୍ସ ଖ୍ରୀଷ୍ଟନ୍ କହିଛନ୍ତି ଯେ, ୟୁରୋପରେ ବି୬୧-୧୨ ଆଣବିକ ବୋମା ନିୟୋଜନ ଆରମ୍ଭ ହୋଇଛି।

ଏହି ବୋମାକୁ ଯୁଦ୍ଧ ବିମାନ ସାହାଯ୍ୟରେ ବାୟୁ ମାଧ୍ୟମରେ ଶତ୍ରୁ ଶିବିର ଉପରେ ପକାଇ ଦିଆଯାଇପାରେ। ତେବେ ଚୀନ୍ ଏବଂ ରୁଷ୍ ପକ୍ଷରୁ ବଢ଼ୁଥିବା ଆଣବିକ ବିପଦକୁ ଦୃଷ୍ଟିରେ ରଖି ଆମେରିକା ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ରିପୋର୍ଟ ଅନୁସାରେ ନିଜ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ପାଇଁ ଆମେରିକା ନିଜର ଘରୋଇ ୟୁରାନିୟମ୍ ସମୃଦ୍ଧ କାର୍ଯ୍ୟକ୍ରମକୁ ପୁଣି ଆରମ୍ଭ କରୁଛି। ୟୁରୋପରେ ଥିବା ନାଟୋ ବେସ୍‌କୁ ବିପଜ୍ଜନକ ବି୬୧-୧୨ ପରମାଣୁ ବୋମା ଯୋଗାଇବା ପାଇଁ ମଧ୍ୟ ଯୋଜନା କରାଯାଉଛି। ପ୍ରକାଶ, ଏହି ପରମାଣୁ ବୋମା ହେଉଛି ପୂର୍ବ ବି୬୧ ଥର୍ମୋନ୍ୟୁକ୍ଲିୟର ମାଧ୍ୟାକର୍ଷଣ ବୋମାର ଏକ ଉନ୍ନତ ସଂସ୍କରଣ। ଏହି ପରମାଣୁ ବୋମା ୧୯୬୮ ପରଠାରୁ ଆମେରିକାର ଆଣବିକ ଅସ୍ତ୍ରଶସ୍ତ୍ରରେ ସାମିଲ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking