23.1 C
Bhubaneswar
Friday, May 1, 2026
Homeଦେଶ ବିଦେଶଦାୟିତ୍ୱ ନେବାର ୧୦୦ ଦିନରେ ଭାରତ, ଚୀନ୍ ଆସିବେ ଟ୍ରମ୍ପ୍‌

ଦାୟିତ୍ୱ ନେବାର ୧୦୦ ଦିନରେ ଭାରତ, ଚୀନ୍ ଆସିବେ ଟ୍ରମ୍ପ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ୧୦୦ ଦିନ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍ ଭାରତ ଏବଂ ଚୀନ୍ ଗସ୍ତରେ ଆସିବେ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ, ବେଜିଂ ଏବଂ ନୂଆଦିଲ୍ଲୀ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଟ୍ରମ୍ପ୍‌ଙ୍କ ପ୍ରୟାସର ଏହା ଏକ ବଡ଼ ଅଂଶ ବୋଲି ଦର୍ଶାଯାଇଛି। ଟ୍ରମ୍ପ୍ ମଧ୍ୟ ଭାରତ ଏବଂ ଚୀନ୍ ଗସ୍ତ କରିବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଟ୍ରମ୍ପ୍ ଏହି ସମୟ ସୁଦ୍ଧା ଉଭୟ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ମଧ୍ୟ ଆମେରିକା ଆସିବାକୁ ଟ୍ରମ୍ପ୍ ନିମନ୍ତ୍ରଣ କରିବା ସମ୍ଭାବନା ରହିଥିବା ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ଦର୍ଶାଇଛି। ଅନ୍ୟ ଏକ ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ଶପଥ ଗ୍ରହଣର ଠିକ୍ ଦିନକ ପୂର୍ବରୁ ଆୟୋଜିତ ରାତ୍ରୀ ଭୋଜନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ ଯୋଗ ଦେଇଥିଲେ। ଟ୍ରମ୍ପ୍‌ଙ୍କ ଶପଥ ସମାରୋହରେ ସାମିଲ ହେବା ଉଦ୍ଦେଶ୍ୟରେ ଅନ୍ୟ ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗୀଙ୍କ ସହ ଅମ୍ବାନୀ ଦମ୍ପତି ମଧ୍ୟ ଏବେ ଆମେରିକା ଗସ୍ତରେ ଅଛନ୍ତି। ଏମ୍‌୩ଏମ୍ ଡେଭଲପର୍ସର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ବଂଶଲ ଏବଂ ଟ୍ରାଇବେକା ଡେଭଲପର୍ସ ପ୍ରତିଷ୍ଠାତା କଳ୍ପେଶ ମେହେଟ୍ଟାଙ୍କ ଭଳି ବ୍ୟକ୍ତିତ୍ୱ ମଧ୍ୟ ଟ୍ରମ୍ପ୍‌ଙ୍କ ପକ୍ଷରୁ ଆୟୋଜିତ ରାତ୍ରୀଭୋଜନ ପାଇଁ ଆମନ୍ତ୍ରିତ ଅତିଥି ଥିଲେ। ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ଟେସଲା ଓ ଟ୍ୱିଟରର ମୁଖ୍ୟ ଏଲନ ମସ୍କ ମଧ୍ୟ ଏହି ଡିନରରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking