22.1 C
Bhubaneswar
Friday, May 1, 2026
Homeଦେଶ ବିଦେଶମଦ୍ରାସାରେ ଦିଆଯିବ ରାମାୟଣ ଓ ସଂସ୍କୃତ ଶିକ୍ଷା

ମଦ୍ରାସାରେ ଦିଆଯିବ ରାମାୟଣ ଓ ସଂସ୍କୃତ ଶିକ୍ଷା

ଡେରାଡୁନ୍‌: ଏଣିକି ମଦ୍ରାସାଗୁଡ଼ିକରେ ପିଲାମାନଙ୍କୁ ରାମାୟଣ ଏବଂ ସଂସ୍କୃତ ଶିକ୍ଷା ପ୍ରଦାନ କରାଯିବ। ଉତ୍ତରାଖଣ୍ଡ ୱାକଫ୍ ବୋର୍ଡ ଅଧୀନରେ ରହିଥିବା ମଦ୍ରାସାଗୁଡ଼ିକରେ ଆଗାମୀ ଶିକ୍ଷାବର୍ଷରୁ ରାମାୟଣ ଏବଂ ସଂସ୍କୃତ ଶିକ୍ଷା ବିଷୟବସ୍ତୁକୁ ମଦ୍ରାସା ପାଠ୍ୟକ୍ରମରେ ସାମିଲ କରାଯିବ। ଏଥିସହ ଶୃଙ୍ଖଳା ଏବଂ ଫିଟନେସ ଲାଗି ଶାରିରୀକ ଶିକ୍ଷା ପ୍ରଶିକ୍ଷକ ଭାବେ ପୂର୍ବତନ ସେନା କର୍ମଚାରୀମାନଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି।

ଶିକ୍ଷାର ଆଧୁନିକୀକରଣ, ଶିକ୍ଷାର ସୁଯୋଗ ପରିବ୍ୟାପ୍ତ କରିବା ଏବଂ ଜାତୀୟତା ଭାବ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏପରି ନିଷ୍ପତ୍ତି ନିଆଯାଇଛି। ଡେରାଡୁନ, ହରିଦ୍ୱାର, ନୈନିତାଲ ଏବଂ ଉଦ୍ଧମସିଂହ ନଗର ଜିଲାରେ ଥିବା ୪ଟି ମଦ୍ରାସାରେ ପ୍ରାରମ୍ଭିକ ଭାବେ ଏହି ନୂଆ ପାଠ୍ୟକ୍ରମ ଲାଗୁ କରାଯିବ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ୧୧୩ ମଦ୍ରାସାରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ପରେ ପାଠ୍ୟକ୍ରମ ଲାଗୁ ହେବ। ବର୍ଷ ଶେଷ ସୁଦ୍ଧା ୮ରୁ ୧୦ ମଦ୍ରାସାରେ ଏହି ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ରାଜ୍ୟ ୱାକଫ ବୋର୍ଡ ଅଧ୍ୟକ୍ଷ ଶଦାବ ସାମ୍‌ସ କହିଛନ୍ତି। ବର୍ତ୍ତମାନ ସମୟରେ ରାଜ୍ୟରେ ୪୧୯ ମଦ୍ରାସା ଥିବାବେଳେ ୱାକଫ ବୋର୍ଡ ଅଧୀନରେ ୧୧୭ ମଦ୍ରାସା ପରିଚାଳିତ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking